ବର୍ଷା-ଅନୁଭବ ବିବାଦ, ବର୍ଷାଙ୍କୁ ଟଙ୍କାଟିଏ ବି କ୍ଷତିପୂରଣ ଦେବେନି ଅନୁଭବ

କୋର୍ଟଙ୍କ ରାୟ। ବର୍ଷାଙ୍କୁ ଭରଣପୋଷଣ ଅର୍ଥ ଦେବେନି ଅନୁଭବ।

କଟକ: ବହୁ ଚର୍ଚ୍ଚିତ ଯୋଡ଼ି ସୁପରଷ୍ଟାର ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ। ଦୁହିଁଙ୍କର ଅବଶ୍ୟ ଛାଡ଼ପତ୍ର ହୋଇସାରିଛି ଏବଂ ଅନୁଭବ ମଧ୍ୟ ଜାଗ୍ରତିଙ୍କୁ ଦ୍ୱିତୀୟ ବିବାହ କରିସାରିଛନ୍ତି। ହେଲେ ଏବେ ପୁଣି ଥରେ ବର୍ଷା-ଅନୁଭବ ଚର୍ଚ୍ଚାର ପରିସର ଭିତରକୁ ଟାଣି ହୋଇ ଆସିଛନ୍ତି।

ଆଉ ଏହାର କାରଣ ହେଲା କୋର୍ଟଙ୍କ ରାୟ। ଆଉ ପୁଣିଥରେ କୋର୍ଟର ରାୟ ଅନୁଭବଙ୍କ ସପକ୍ଷରେ ଆସିଛି। ଆଉ ଅନୁଭବଙ୍କ ସହ ତାଙ୍କ ପୁରା ପରିବାରକୁ ଆଶ୍ୱସ୍ତି ମିଳିଛି। କି କୋର୍ଟଙ୍କ ରାୟ ଅନୁସାରେ ବର୍ଷାଙ୍କୁ ଟଙ୍କାଟିଏ ବି ଦେବେନି ଅନୁଭବ।

ଯେହେତୁ ସେମାନଙ୍କର ଡିଭୋର୍ସ ହୋଇସାରିଛି, ଏବଂ ଅନେକ କେସରେ ଡିଭୋର୍ସ ପରେ ସ୍ୱାମୀକୁ ସ୍ତ୍ରୀର ଭରଣପୋଷଣ ପାଇଁ ଟଙ୍କା ଦେବାକୁ ପଡେ। ହେଲେ ଏଠି ଅନୁଭବଙ୍କୁ ଆଶ୍ୱସ୍ତି ମିଳିଛି।

ଆଉ କୋର୍ଟଙ୍କ ରାୟ ଅନୁସାରେ ବର୍ଷାଙ୍କୁ ଭରଣପୋଷଣ ଅର୍ଥ ଦେବେନି ଅନୁଭବ। ବର୍ଷା ପ୍ରିୟଦର୍ଶିନୀଙ୍କୁ କ୍ଷତିପୂରଣ ଦେବେନି ଅନୁଭବ। ଏହି ରାୟ ଶୁଣାଇଛନ୍ତି କଟକ ଏମଏଫସି କୋର୍ଟ।

ପୂର୍ବରୁ ଅନୁଭବଙ୍କ ପରିବାର ଲୋକେ ବର୍ଷାଙ୍କ ପ୍ରତି ହିଂସା ଆଚରଣ କରୁଥିଲେ ବୋଲି ବର୍ଷା ଅନୁଭବଙ୍କ ପରିବାର ନାଁରେ ପାରିବାରିକ ହିଂସା ନେଇ ଏକ ମାମଲା କରିଥିଲେ। ହେଲେ ପାରିବାରିକ ହିଂସାର କୌଣସି ପ୍ରମାଣ ପାଇଲେନି କୋର୍ଟ।