fbpx

ସଫଳତା ଦିଗରେ ‘କୋଭାକ୍ସିନ’! କରୋନାକୁ ମାତ୍ ଦେବ ବୋଲି ବଢାଉଛି ଆଶା

ନୂଆଦିଲ୍ଲୀ,୧୮ ।୭: ସାରା ଦେଶରେ କରୋନା ମହାମାରୀ ବଢି ବଢି ଚାଲିଥିବା ବେଳେ ଲୋକଙ୍କ ପାଇଁ ଆସିଛି ଏକ ଖୁସିଖବର । କରୋନା ଟୀକାକୁ ନେଇ ଆସିଛି ସକରାତ୍ମକ ସଙ୍କେତ । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, ‘କୋଭାକ୍ସିନ’ ର ମାନବ ଶରୀରରେ ପରୀକ୍ଷଣ ଆରମ୍ଭ ହୋଇଛି । ୧୪ଟି ରିସର୍ଚ୍ଚ ସେଣ୍ଟରରେ ୨ଟି ପର୍ଯ୍ୟାୟରେ ପରୀକ୍ଷଣ ହେବ । ମାନବ ଶରୀରରେ ପରୀକ୍ଷଣରେ ପାଶ୍ୱର୍ ପ୍ରତିକ୍ରିୟା ଦେଖା ଯାଇନି । ଖୁବଶୀଘ୍ର ଆମେ ମହାମାରୀ ଉପରେ ବିଜୟ ଲାଭ କରିବୁ ବୋଲି ଟ୍ୱିଟ ଯୋଗେ ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.