fbpx

ହୋମ ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କ ପାଇଁ ଆବଶ୍ୟକ ନାହିଁ ହସ୍ପିଟାଲ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟରେ ପୁଣି କରୋନା ସଂକ୍ରମଣରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ସାଢ଼େ ଚାରି ହଜାରରୁ ଅଧିକ ହେଲାଣି । ଏହାକୁ ଦୃଷ୍ଟରେ ରଖି ସରକାର ରାଜ୍ୟରେ ନାଇଟ କର୍ଫ୍ୟୁକୁ କଡ଼ାକଡ଼ି କରିଛନ୍ତି । ଏହା ସହ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟକୁ ସତର୍କତାମୂଳକ ପଦକ୍ଷେପ ଭାବରେ ବନ୍ଦ କରାଯାଇଛି ।

ସେପଟେ ରବିବାର ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ସମୁଦାୟ ୭୧୮୧ ଟି ଅକ୍ସିଜେନ ସୁବିଧା ଥିବା ବେଡ୍ ରହିଛି । ସମସ୍ତ ଜିଲ୍ଲାରେ ଶିଶୁଙ୍କ ପାଇଁ ସମୁଦାୟ ୧ ହଜାର ବେଡ୍ ରହିଛି । ୨୦୨୪ ଟି ଆଇସିୟୁ , ଏଚଡିୟୁ ଏବଂ ୮୭୪ ଭେଣ୍ଟିଲେଟର ଉପଲବ୍ଧ ରହିଥିବା ନେଇ କହିଛନ୍ତି ମୁଖ୍ୟ ଶାସନ ସଚିବ । ଏବେ ରାଜ୍ୟରେ ୧୬ ହଜାର ୧୧୭ ଟି ଆକ୍ଟିଭ କେସ୍ ରହିଛି । ଆକ୍ଟିଭ୍ କେସ୍ ମଧ୍ୟରୁ ୧୫,୬୪୦ ଜଣ ହୋମ୍ ଆଇସୋଲେସନରେ ରହିଛନ୍ତି । ହୋମ୍ ଅଇସୋଲେସନରେ ଥିବା ଆକ୍ରାନ୍ତଙ୍କ ପାଇଁ ହସ୍ପିଟାଲର ଆବଶ୍ୟକ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ବର୍ତ୍ତମାନ ସ୍ଥିତିରେ ୯୭ ପ୍ରତିଶତ ଆକ୍ରାନ୍ତଙ୍କ ହସ୍ପିଟାଲର ଆବଶ୍ୟକ ନାହିଁ । ବାକି ୩% ଆକ୍ରାନ୍ତଙ୍କ ମଧ୍ୟରୁ ୧୧% ଆଇସିୟୁକୁ ଏବଂ ୩% ଭେଣ୍ଟିଲେଟର ଯାଉଛନ୍ତି । ମୁକାବିଲା ଲାଗି ସବୁ ଦିଗରୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

Get real time updates directly on you device, subscribe now.