fbpx
BJD SKY
BJD SKY

ବିଶେଷଜ୍ଞଙ୍କ ଚେତାବନୀ: ଭବିଷ୍ୟତରେ କୋଭିଡ୍-୨୬ ଓ କୋଭିଡ୍-୩୨ର ସାମନା କରିବାକୁ ପଡିପାରେ

BJD

ନୂଆଦିଲ୍ଳୀ: ଚୀନ ଲାବରୋଟୋରୀରୁ କରୋନା ଭାଇରସ୍ ର ଉତ୍ପତ୍ତି ହୋଇଛି କି ନାହିଁ ଜାଣିବା ପାଇଁ ଆମେରିକାର ରାଷ୍ଟ୍ରପତି ଗୁପ୍ତଚର ଏଜେନ୍ସି ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ବୈଜ୍ଞାନିକ ମାନେ ଆଉ ଏକ ବିପଦର ଚେତାବନୀ ଦେଇଛନ୍ତି । ସେମାନଙ୍କ କହିବା କଥା ଯେ କୋଭିଡର ଉତ୍ପତ୍ତି କେଉଁଠୁ ତାହା ସମୟ ଥାଉ ଥାଉ ଯଦି ସ୍ପଷ୍ଟ ରୂପେ ନ ଖୋଜାଯାଏ ତାହେଲେ ଭବିଷ୍ୟତରେ କୋଭିଡ୍-୨୬ ଏବଂ କୋଭିଡ୍-୩୨ ମହାମାରୀ ପାଇଁ ପ୍ରସ୍ତୁତ ରହିବାକୁ ପଡିବ । ଏହା ଆଗକୁ ଅନେକ ପ୍ରକାରର ଭାଇରସ୍ ର ସୃଷ୍ଟିର କାରଣ ପାଲଟିବ ।

ସୂଚନା ମୁତାବକ, ପଶୁ ମାନଙ୍କ ଠାରୁ କରୋନା ଭାଇରସ୍ ବ୍ୟାପିଥିବା କଥା ଲୋକମାନଙ୍କୁ ସନ୍ତୁଷ୍ଟ କରିପାରିନଥିବା ବେଳେ ବର୍ତ୍ତମାନ ଏହାର ତର୍ଜମା ଜୋରଦାର ଚାଲିଛି । ହେଲେ କୌଣସି ନିଷ୍କର୍ସ ଏଯାଏଁ ବାହାରି ପାରିନି । ତେଣୁ ଏହାର ଉତ୍ପତ୍ତି ସ୍ଥଳ ଜାଣିବା ପାଇଁ ହେଲେ ଆହୁରି ପାରଦର୍ଶିତା ଦେଖାଇବାକୁ ପଡିବ । ତେବେ ଚୀନର ସାମୁଦ୍ରିକ ଜୀବ ବିକ୍ରି ହେଉଥିବା ମାକେର୍ଟରୁ କୋଭିଡ୍ ଭାଇରସ୍ ର ଉତ୍ପତ୍ତି ହୋଇଥିବା କଥାକୁ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ କେହି ବିଶ୍ୱାସ କରିପାରୁନାହାନ୍ତି କି ଏନେଇ କୌଣସି ଠୋସ୍ ପ୍ରମାଣ ହାତରେ ଲାଗି ପାରିନି ।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରମାଣ ଏକାଠି କରିବାକୁ ଗୁପ୍ତଚର ମାନଙ୍କୁ ୯୦ ଦିନର ମହଲତ ଦେଇଥିବା ବେଳେ ସେମାନେ ଏହାର ପଛର ରହସ୍ୟ ଖୋଜିବାରେ ବ୍ୟସ୍ତ ଅଛନ୍ତି । ତେବେ ଚୀନ କୁ ମଧ୍ୟ ଏହି ରହସ୍ୟର ଉନ୍ମୋଚନ କରିବାରେ ସାହାଯ୍ୟ କରିବାକୁ କୁହାଯାଇଥିଲେ ସୁଦ୍ଧା କିଛି ପ୍ରତିକ୍ରିୟା ଆସିନାହିଁ । ସେପଟେ ଚୀନ ଲ୍ୟାବ୍ ର ଷ୍ଟାଫ୍ ଙ୍କର ରକ୍ତ ନମୁନା ପରୀକ୍ଷା କରିବାକୁ ମଗାଯାଇଥିଲା । ହେଲେ ସେମାନେ ସଫା ସଫା ମନା କରି ଦେଇଥିଲେ । ସେମାନେ ଭାଇରସ୍ ର ମୂଳ ସ୍ୱରୂପ ବିଷୟରେ କୌଣସି ତଥ୍ୟ ଦେବା ପାଇଁ ମନା କରିଦେଇଥିଲେ । ତେଣୁ ଏବେ ସନ୍ଦେହ ସତରେ ପରିଣତ ହେବା ପରି ମନେହେଉଛି । ତେବେ ଏବେ କେବଳ ଲ୍ୟାବ୍ ସହ ଜଡିତ ଥିବା ଦସ୍ତାବିଜର ଯାଞ୍ଚ ପରେ ହିଁ ପ୍ରକୃତ କଥା ସାମନାକୁ ଆସିବ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି ।

Get real time updates directly on you device, subscribe now.