fbpx

କରୋନା କାରଣରୁ ଆତ୍ମହତ୍ୟା କରିଥିଲେ କୋଭିଡ୍ ମୃତ୍ୟୁ ବୋଲି ଧରାଯିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ମହାମାରୀ ଗତ ଦେଢ଼ ବର୍ଷ ହେଲା ଦେଶରେ ବଡ଼ ସମସ୍ୟା ହୋଇ ଠିଆ ହୋଇଛି । ଏଥିରେ କିଏ ନିଜର ବାପା-ମାଆଙ୍କୁ ହରାଇଛି ତ କିଏ ନିଜର ସମ୍ପର୍କୀୟଙ୍କୁ ହରାଇଛନ୍ତି । କେବଳ ଆର୍ଥିକ ରୂପରେ ନୁହେଁ ବରଂ ମାନସିକ ସ୍ଥିତିକୁ ବି ବିଗାଡ଼ି ଦେଇଛି କରୋନା ମହାମାରୀ । ତେବେ ଏହା ଭିତରେ ଅନେକ ଆକ୍ରାନ୍ତ ଏପରି ବି ଅଛନ୍ତି ଯେଉଁ ମାନେ ଅବସାଦ ଭିତରକୁ ଚାଲି ଯାଇଛନ୍ତି ତ କିଏ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି । ତେଣୁ ଏଭଳି ଲୋକଙ୍କ ପାଇଁ ଡେଥ୍ ସାର୍ଟିଫକେଟ୍ ବାହାର କରିବାରେ ପରିବାର ଲୋକଭ୍କୁ ସାହାଯ୍ୟ କରିବାକୁ ସୁପ୍ରିମକୋର୍ଟ ଆଗେଇ ଆସିଛି ।

କୋର୍ଟ ପକ୍ଷରୁ ସୋମବାର ଦିନ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, କରୋନା ମହାମାରୀ ଠାରୁ ଅତିଷ୍ଠ ହୋଇ ଯଦି କୌଣସି ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି ତେବେ ତାକୁ କୋଭିହ୍ ମୃତ୍ୟୁ ବୋଲି ଧରାଯିବ । ଏନେଇ ସବୁ ରାଜ୍ୟକୁ ଅବଗତ କରିବାକୁ କେନ୍ଦ୍ର ସରକାରଙ୍କୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶାଦେଶ ଜାରି କରାଯାଇଛି ।

ରିପୋର୍ଟ ଅନୁଯାୟୀ ଜଷ୍ଟିସ୍ ଏମଆର ଶାହାଙ୍କ ବେଞ୍ଚ କହିଛନ୍ତି ଯେ, ଏ ଦିଗରେ କିଛି ଜିନିଷକୁ ଅଧିକ ବିଚାର କରାଯିବା ଉଚିତ୍। କେନ୍ଦ୍ରର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କୋଭିଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସହଜ ପ୍ରମାଣପତ୍ର ସମ୍ବନ୍ଧରେ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛି। ଏହି ନିର୍ଦ୍ଦେଶକୁ ରାଜ୍ୟ ମାନଙ୍କୁ ଅବଗତ କରିବାକୁ ବି କହିଛନ୍ତି । କେନ୍ଦ୍ର କୋର୍ଟରେ ଦାଖଲ କରିଥିବା ଆଫିଡେଭିଟ୍ରେ କୁହାଯାଇଛି ଯେ ଯଦି ବିଷ ଖାଇ କିମ୍ବା ଅନ୍ୟାନ୍ୟ ଦୁର୍ଘଟଣା ହେତୁ ମୃତ୍ୟୁ ଘଟେ, ଯଦିଓ କୋଭିଡ -୧୯ ଏହାର ଅନ୍ୟତମ କାରଣ, ହେଉ ନା କାହିଁକି ତାକୁ କୋଭିଡ୍ ମୃତ୍ୟୁ ବୋଲି ଧରାଯିବ ନାହିଁ ।

କିନ୍ତୁ ଏହାର ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି ଯେ, କୋଭିଡ୍ କାରଣରୁ ବିଷାଦ ଗ୍ରସ୍ତ ହୋଇ ଯଦି କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଯାଏ ତେବେ ତାକୁ କୋଭିଡ୍ ମୃତ୍ୟୁ ବୋଲି ଧରାଯିବ ।

Get real time updates directly on you device, subscribe now.