fbpx

ଆଜିଠାରୁ ପୁଣି କଡ଼ାକଡ଼ି ହେବ କୋଭିଡ୍ କଟକଣା: ମାସ୍କ ନ ପିନ୍ଧିଲେ ଫାଇନ୍

ଭୁବନେଶ୍ୱର, ୨୧ା୨ (ଓଡିଶା ଭାସ୍କର): ଦେଶର କିଛି ରାଜ୍ୟରେ କରୋନା ମହାମାରୀ ପୁଣି ଥରେ କାୟା ବିସ୍ତାର କରିବାକୁ ଲାଗିଲାରି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହାକୁ ରୋକିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜିଠାରୁ କୋଭିଡ୍ ଗାଇଡଲାଇନକୁ ମାନିବାକୁ ପଡ଼ିବ । ନ ମାନିଲେ ଫାଇନ ଦେବାକୁ ପଡ଼ିବ ବୋଲି ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ସ୍ମାର୍ଟସିଟି ଭୁବନେଶ୍ୱରରେ କରୋନା କଟକଣା ନେଇ ଆକ୍ସନ ମୋଡ଼କୁ ଫେରିଛି କମିଶନରେଟ ପୋଲିସ । ଗଳିକନ୍ଦିରେ ସାମାଜିକ ଦୂରତ୍ୱକୁ ବଜାୟ ରଖିବା ପାଇଁ ‘ସୋସିଆଲ୍ ଡିଷ୍ଟାନ୍ସ ଏନଫୋର୍ସମେଣ୍ଟ ସ୍କ୍ୱାଡ’ କାର୍ଯ୍ୟ କରିବ । ଏହି ସ୍କ୍ୱାଡ ଗଳିକନ୍ଦିରେ ବୁଲିବା ସହ ଲୋକଙ୍କୁ ସଚେତନ କରାଇବ । ନିୟମ ଖିଲାପକାରୀଙ୍କ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଆବଶ୍ୟକ ସ୍ଥଳେ ଉଲ୍ଲଂଘନକାରୀ ଜେଲ ଯିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ, ରାଜଧାନୀର ବାପୁଜୀ ନଗର, ସହିଦ ନଗର, ଆଇଡି ମାର୍କେଟ, କୋଚିଲେଇ ହାଟ, ଚନ୍ଦ୍ରଶେଖରପୁର ଆଦି ମାର୍କେଟରେ ଭିଡ଼ ଅସମ୍ଭାଳ ହେଉଛି । ସବୁସ୍ଥାନରେ ଲୋକେ ବେପରୱା ଭାବରେ ଭିଡ଼ ଜମାଉଛନ୍ତି । ପୋଲିସ ହେଲମେଟ ଚେକିଂ କରୁଥିବା ବେଳେ ମାସ୍କ ପ୍ରତି ଧ୍ୟାନ ଦେଉନଥିବା ଦେଖାଯାଉଛି । ସହରବାସୀ ସଚେତନ ନହେଲେ ଆଗକୁ ପରିସ୍ଥିତି ଭୟାବହ ହେବ । ତେଣୁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀମାନେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.