ନୂଆଦିଲ୍ଲୀ: ପ୍ରତିବର୍ଷ କାର୍ତ୍ତିକ ମାସର ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ଗୋବର୍ଦ୍ଧନ ପୂଜା ପାଳନ କରାଯାଇଥାଏ । ଏହି କ୍ରମରେ ଆଜି ଭଗବାନ ଶ୍ରୀକୃଷ୍ଣ ଏବଂ ଗୋବର୍ଦ୍ଧନଙ୍କ ପୂଜା କରାଯାଇଥାଏ । ଏହି ପୂଜାରେ ଗୋବରରେ ଭଗବାନ ଶ୍ରୀକୃଷ୍ଣ ଏବଂ ଗୋବର୍ଦ୍ଧନ ପର୍ବତ କରିବାର ପରମ୍ପରା ରହିଛି । ଏହି ପିତୁଳାକୁ ପୂଜା କରାଯାଇଥାଏ । ବିଶ୍ୱାସ କରାଯାଏ ଯେ ଏହି ପୂଜା କରିବା ଦ୍ବାରା ଭଗବାନ କୃଷ୍ଣଙ୍କ କୃପାରୁ ଜୀବନରେ ସୁଖ ଏବଂ ସମୃଦ୍ଧତା ବୃଦ୍ଧି ପାଇଥାଏ । କେତେଜଣ ଗାଈର ଗୋବରରେ ପୂଜା କରୁଥିବା ବେଳେ ଅନ୍ୟ କିଛି ଜଣ ବଳଦ ଗୋବରରେ ପୂଜା କରିଥାନ୍ତି ।
ହିନ୍ଦୁ ଧର୍ମରେ ଗାଈକୁ ପବିତ୍ର ଏବଂ ଗୋମାତା ମାନ୍ୟତା ଦିଆଯାଇଥାଏ । ଭଗବାନ ଶ୍ରୀକୃଷ୍ଣ ଗାଈମାନଙ୍କୁ ବହୁତ ଭଲ ପାଉଥିଲେ ତେଣୁ ତାଙ୍କୁ ଗୋପାଳ ମଧ୍ୟ କୁହାଯାଏ । ଶିଶୁ ରୂପରେ ଭଗବାନ ଶ୍ରୀକୃଷ୍ଣ ଗାଈ ଚରାଇବା ପାଇଁ ନେଉଥିଲେ। ଧାର୍ମିକ ବିଶେଷଜ୍ଞଙ୍କ ଅନୁଯାୟୀ ଗୋବର୍ଦ୍ଧନ ପୂଜାରେ ଭଗବାନ ଶ୍ରୀକୃଷ୍ଣ ଏବଂ ଗୋବର୍ଦ୍ଧନ ପର୍ବତର ଚିତ୍ର ତିଆରି କରିବା ପାଇଁ ଗାଈର ଗୋବର ବ୍ୟବହାର କରିବା ଜରୁରୀ ଅଟେ । ଗୋବର୍ଦ୍ଧନ ପୂଜାରେ ଗାଈ ଗୋବରରୁ ଭଗବାନ ଏବଂ ପର୍ବତର ଚିତ୍ର ତିଆରି କରି ଉପଯୁକ୍ତ ରୀତିନୀତି ଅନୁଯାୟୀ ଉପାସନା କରି ଭଗବାନ ଶ୍ରୀକୃଷ୍ଣଙ୍କ ଅପାର ଆଶୀର୍ବାଦ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ କରାଯାଏ ।ଏହା ଜୀବନର ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତି ଦେଇଥାଏ ଏବଂ ସୁଖ ଏବଂ ସମୃଦ୍ଧତା ବୃଦ୍ଧି କରିଥାଏ । ଘରୁ ନକରାତ୍ମକତା ଯାଇ ସରକାତ୍ମକତା ଆସିଥାଏ ।