fbpx

ଆକାଶରୁ ଜାଲ ସହ ବୁଢିଆଣୀ ବର୍ଷା ହେବାର ଦେଖି ଆତଙ୍କିତ ଲୋକେ, ଜୀବ ବିଜ୍ଞାନୀ କହିଲେ ଏହା କାହିଁକି ହୁଏ

ନୂଆଦିଲ୍ଲୀ: ଆକାଶରୁ ବର୍ଷା ଜଳ, ବିଜୁଳି, ବରଫ କିମ୍ବା ଉଲକା ଖଣ୍ଡ ପଡୁଥିବାର ଆମେ ଜାରିଛୁ । କିନ୍ତୁ ଏସବୁ ପରିବର୍ତ୍ତେ ଯଦି କିଛି ଭୟାନକ ଜିନିଷ ଆକାଶରୁ ଖସିଲା ତେବେ ସମସ୍ତେ ଆତଙ୍କିତ ହୋଇଯିବେ ନିଶ୍ଚୟ । ସାନ ଫ୍ରାନସିସ୍‌କୋର ଉପକୂଳ ଅଞ୍ଚଳରେ ଆକାଶରୁ ଏପରି କିଛି ଅଦ୍ଭୁତ ଜିନିଷ ବର୍ଷା ହୋଇଛି ଯାହା ଜାଣିଲେ ଆପଣ ବି ଏହାକୁ ସହଜରେ ବିଶ୍ୱାସ କରିବେ ନାହିଁ । ଏଠାରେ ଆକାଶରୁ ବହୁ ସଂଖ୍ୟାରେ ବୁଢିଆଣୀ ବର୍ଷା ହୋଇଛି । ଏହିସବୁ ବୁଢିଆଣୀ ଆକାଶ ମାର୍ଗରୁ ଭୂପୃଷ୍ଠରେ ପହଞ୍ଚିବା ପରେ ସେଠାରେ ମାଟିରେ ଲାଖି ରହି ଯାଇଛନ୍ତି ।

ସାନ ଫ୍ରାନସିସକୋ କ୍ରୋନିକିଲ୍ ରିପୋର୍ଟ ଅନୁସାରେ ଏଠିକାର ଏକ ଛୋଟ ଅଞ୍ଚଳରେ ଲୋକମାନେ ଆକାଶରୁ ଧଳା ଜାଲର ଖଣ୍ଡମାନ ଖସୁଥିବାର ଦେଖିଥିଲେ ଯେଉଁଥିରେ ସହସ୍ର ସଂଖ୍ୟାରେ ଛୋଟ ।ଛୋଟ ବୁଢିଆଣୀ ଥିଲେ । ଏହିସବୁ ବୁଢିଆଣୀ ଜାଲ ଏବେ ଘରଦ୍ୱାର, ବିଜୁଳି ଲାଇନ୍ ସବୁଠି ଲାଖି ରହିଛି । ଏହି ଦୃଶ୍ୟ ଅଞ୍ଚଳବାସୀଙ୍କୁ ବେଶ୍ ଭୟଭୀତ କରିଛି । ସ୍ଥାନୀୟ ଜଣେ ଅଞ୍ଚଳବାସୀ କହିଛନ୍ତି ଏହା ନକଲି ବୁଢିଆଣୀ ଜାଲ ପରି ଦେଖାଯାଉଛି । ପୂର୍ବରୁ ସେମାନେ ଏପରି ଦୃଶ୍ୟ ଦେଖି ନ ଥିଲେ ବୋଲି କହିଛନ୍ତି ।ଏହି ଜାଲ ବହୁତ ରେଶମୀ ଓ ଅଠାଳିଆ ବୋଲି ଲୋକମାନେ କହିଛନ୍ତି ।

ତେବେ ଏହି ବୁଢିଆଣୀ ବର୍ଷା ବା ସ୍ପାଇଡର ରେନ୍ ବିଷୟରେ ଜୀବ ବିଜ୍ଞାନୀ କହିଛନ୍ତି ଏହା ଜାଲର ସେହି ଗୁଚ୍ଛ ଯାହା ବୁଢିଆଣୀ ନିଜ ଛୁଆ ପାଇଁ ବୁଣିଥାନ୍ତି । ଛୁଆ ଜନ୍ମ ହେବା ପରେ ସେମାନେ ଜାଲ ସହ ଅନ୍ୟ ଏକ ସ୍ଥାନକୁ ଯିବା ପାଇଁ ଜାଲ ସହ ଆକାଶରେ ଘୁରିଥାନ୍ତି । ଏହି ପ୍ରକ୍ରିୟାକୁ ବୈଜ୍ଞାନିକମାନେ ‘ମାସ୍ ବେଲୁନିଂ’ ବୋଲି କହିଛନ୍ତି ଯେଉଁଥିରେ ବୁଢିଆଣୀଙ୍କ ଏକ ଗ୍ରୁପ୍ ଡର୍ଜନ ଡର୍ଜନ ଜାଲ ସହ ଆକାଶରେ ଘୁରି ବୁଲିଥାନ୍ତି । ଏମାନେ ଜାଲରେ ଏକ ତ୍ରିକୋଣୀୟ ପାରାଚୁଟ୍ ତିଆରି କରିଥାନ୍ତି । ଏହି କାରଣରୁ ଆକାଶରେ କିଛି କ୍ଷେତ୍ରରେ ବୁଢିଆଣୀ ଜାଲ ଭାସୁଥିବାର ଦେଖାଯାଏ । ଯଦି ପାଣିପାଗ ଠିକ୍ ଥାଏ ତ ଏମାନେ ଠିକ୍ ଭାବରେ ଆକାଶରେ ଉଡିଥାନ୍ତି ଅନ୍ୟଥା ଏମାନେ ଭୂମି ଉପରେ ଖସି ପଡିଥାନ୍ତି । ଏହାକୁ ଦେଖି ମନେ ହୁଏ ଆକାଶରୁ ସତେ ଯେପରି ବୁଢିଆଣୀ ବର୍ଷା ହେଉଛି ।

Get real time updates directly on you device, subscribe now.