fbpx

କରୋନା ପ୍ରଭାବ: ଶ୍ମଶାନରେ ଲାଗିଛି ଶବର ଧାଡି, ପୋଡିବାକୁ ସ୍ଥାନ ମିଳୁନି

ବାରଣାସୀ,୧୬ା୪ (ଓଡିଶା ଭାସ୍କର) : ଶ୍ମଶାନରେ ଲାଗିଛି ଶବର ଧାଡି ହେଲେ ପୋଡିବାକୁ ସ୍ଥାନ ମିଳୁନି । ଶବସତ୍କାର କରିବା ପାଇଁ ୫ରୁ ୬ ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ସେପଟେ ପୋଡା ହେବାକୁ ଥିବା କାଠ ମଧ୍ୟ ମିଳୁନି । ଏଭଳି କିଛି ବିଷମ ପରିସ୍ଥିତି ସୃଷ୍ଟି କରିଛି ମହାମାରୀ କରୋନା । ସାରା ଦେଶରେ କରୋନା ତାଣ୍ଡବ କରିବାରେ ଲାଗିଛି । ଲୋକ ଯେତେଯେତେ ବେପରୁଆ ହେଉଛନ୍ତି, ସେତେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି । ଦେଶର ବିଭିନ୍ନ ରାଜ୍ୟରେ ଦିନକୁ ଦିନ ଆକ୍ରାନ୍ତଙ୍କ ବଢ଼ୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ତିନି ଅଙ୍କ ଛୁଉଁଛି । ଯାହା ବିଭିନ୍ନ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ପରିପ୍ରେକ୍ଷୀରେ ବାରଣାସୀରୁ ଏକ ଭିଡିଓ ଭାଇରାଲ୍ ହେଉଛିି ଯାହା ଦେଖିଲେ ଆପଣଙ୍କୁ ହୃଦୟକୁ ଥରାଇ ଦେବ ।

 

ବାରଣୀସୀ ରୁ ଏକ ଭିଡିଓ ଆସିଛି ଯେଉଁଥିରେ ଶ୍ମଶାନରେ ପୋଡାହେବାକୁ ଥିବା ଶବ ଗୁଡିକୁ ଧାଡି କରିରଖାଯାଇଛି ହେଲେ ସେସବୁକୁ ପୋଡିବାକୁ ସ୍ଥାନର ଅଭାବ ଦେଖାଦେଇଛି । କାରଣ ପ୍ରତିଦିନ ୧୦୦ରୁ ଅଧିକ ଶବ ସତ୍କାର ହେବାକୁ ଆସୁଛି । ତେଣୁ ସକାଳରୁ ରାତି ଯାଏଁ ଶ୍ମଶାନରେ ସ୍ଥାନ ଫାଙ୍କା ହେଉନାହିଁ । ଗୋଟେପଟେ କରୋନା ଟିକା ନେବା ପାଇଁ ଧାଡି କରୁଥିବା ବେଳେ ଅନ୍ୟପଟେ ସଂକ୍ରମିତଙ୍କୁ ପୋଡିବାକୁ ଧାଡି କରିବାକୁ ପଡୁଛି ।

 

ବାରଣାସୀରୁ ଗୋଟିଏ ଭିଡିଓ ଆସିଛି । ଯେଉଁଥିରେ ଶ୍ମଶାନକୁ ପୋଡିବାକୁ ଆସିଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ, ତାଙ୍କୁ ଶବ ସତ୍କାର କରିବାକୁ ୫ରୁ ୬ଘଣ୍ଟା ଅପେକ୍ଷା କରିବାକୁ ପଡିଲା । ପୋଡିବାକୁ ଅଳ୍ପ ଟିକେ ମଧ୍ୟ ସ୍ଥାନ ମିଳୁନାହିଁ ଏବଂ କାଠର ବି ଅଭାବ ଦେଖାଦେଇଛି । ଆଉ ଅଧିକାଂଶ ଶବ କରୋନା ଆକ୍ରାନ୍ତଙ୍କ ଆସୁଥିବା ସେ କହିଛନ୍ତି ।

Get real time updates directly on you device, subscribe now.