fbpx

ଭାରତୀୟ ଖେଳାଳିଙ୍କ ପ୍ରାଇଭେଟ ପାର୍ଟରେ ବାଜିଲା କ୍ରିକେଟ ବଲ୍, ଭୀଷଣ ଯନ୍ତ୍ରଣାରେ କିପରି ଛଟପଟ ହେଉଛନ୍ତି ଦେଖନ୍ତୁ Video

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି-୨୦ରେ ବିଜୟ ସହ ଭାରତ ସିରିଜ୍ ଜିତି ନେଇଛି । ତେବେ ଏହି ମ୍ୟାଚରେ ଜଣେ ଭାରତୀୟ ଖେଳାଳି ଗମ୍ଭୀର ଯନ୍ତ୍ରଣା ଅନୁଭବ କରିଥିଲେ । ଖେଳ ଚାଲିଥିବା ବେଳେ ଏକ ବଲ ତାଙ୍କର ପ୍ରାଇଭେଟ ପାର୍ଟରେ ବାଜିଯାଇଥିଲା । ଫଳରେ ସେ କିଛି ସମୟ ପର୍ଯ୍ୟନ୍ତ ଆଉ ଖେଳି ପାରିନଥିଲେ । ତେବେ ଉକ୍ତ ଭାରତୀୟ କ୍ରିକେଟର ଯନ୍ତ୍ରଣାରେ ଛଟପଟ ହେଉଥିଲେ ହେଁ ଶ୍ରୀଲଙ୍କା ଖେଳାଳିଙ୍କ କ୍ୟାଚକୁ ଛାଡ଼ି ନଥିଲେ । ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ଗତକାଲିର ମ୍ୟାଚ ସମୟରେ ଶ୍ରୀଲଙ୍କାର ୱିକେଟକିପର ବ୍ୟାଟ୍ସମ୍ୟାନ ଦିନେଶ ଚାଣ୍ଡିମଲଙ୍କ ଏକ ସଟକୁ ରୋକିବାକୁ ଯାଇ ଭାରତୀୟ ଫିଲ୍ଡର ଭେଙ୍କନେଶ ଆୟର ଚେଷ୍ଟା କରିଥିଲେ । ଭେଙ୍କଟେଶ କ୍ୟାଚ ଧରିଥିଲେ ହେଁ ବଲଟି ତାଙ୍କର ପ୍ରାଇଭେଟ ପାର୍ଟରେ ବାଜିବା କାରଣରୁ ସେ ଭୀଷଣ ଯନ୍ତ୍ରଣାର ଶିକାର ହୋଇଥିଲେ । ତେବେ ଭେଙ୍କଟେଶ ଅଳ୍ପକେ ଏକ ଭୟଙ୍କର ବିପଦରୁ ରକ୍ଷା ପାଇଯାଇଥିବା କୁହାଯାଉଛି ।

ଶ୍ରୀଲଙ୍କାର ଇନିଂସର ୧୩ତମ ଓଭରରେ ଭାରତୀୟ ବୋଲର ହର୍ଷଲ ପଟେଲଙ୍କ ପ୍ରଥମ ବଲକୁ ଚାଣ୍ଡିମଲ ହୱାରେ ଅଫ୍ ସାଇଡରେ ଏକ ସଟ୍ ଖେଳିଥିଲେ । ଏହି ସଟକୁ ଭେଙ୍କଟେଶ ଧରିଥିଲେ ହେଁ ତାହା ପ୍ରାଇଭେଟ୍ ପାର୍ଟରେ ବାଜିଯାଇଥିଲା । ଏହାରେ ଚାଣ୍ଡିମଲ ଆଉଟ ହୋଇ ପାଭିଲିୟନକୁ ଫେରୁଥିବା ସମୟରେ ଭେଙ୍କଟେଶ ଯନ୍ତ୍ରଣାରେ ପଡ଼ିଆରେ ଗଡ଼ି ଯାଉଥିଲେ ।

Get real time updates directly on you device, subscribe now.