fbpx
BJD SKY
BJD SKY

ୟୁକ୍ରେନ ହସ୍ପିଟାଲରେ ଅକ୍ସିଜେନର ଘୋର ଅଭାବ, ପହଞ୍ଚିପାରୁନି ସିଲିଣ୍ଡର୍; ହଜାର-ହଜାର ରୋଗୀଙ୍କ ଜୀବନ ଏବେ ବିପଦରେ

BJD

ନୂଆଦିଲ୍ଲୀ: ୟୁକ୍ରେନରେ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଫଳରେ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି । ଏହାରି ମଧ୍ୟରେ ୟୁକ୍ରେନୀୟ ହସ୍ପିଟାଲ ଗୁଡ଼ିକରେ ସ୍ତିତି ଶୋଚନୀୟ ହେବାରେ ଲାଗିଛି । ରୁଷ ଆକ୍ରମଣରେ ହଜାର ହଜାର ସାଧାରଣ ନାଗରିକ ଠାରୁ ଆରମ୍ଭ କରି ପିଲାମାନେ କ୍ଷତବିକ୍ଷତ ହେଉଥିବା ବେଳେ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା ପ୍ରଭାବିତ ହେଉଛି । ବର୍ତ୍ତମାନ ୟୁକ୍ରେନୀୟ ହସ୍ପିଟାଲ ଗୁଡ଼ିକରେ ଅକ୍ସିଜେନ୍ ଯୋଗାଣ କ୍ଷତିଗ୍ରସ୍ତ ହେବାରୁ ହଜାର ହଜାର ରୋଗୀଙ୍କ ଜୀବନ ଏବେ ବିପଦରେ । ଏନେଇ ଚିନ୍ତାପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ରବିବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ପକ୍ଷରୁ ଜାରି ହୋଇଥିବା ଏକ ବୟାନରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ବୟାନରେ କୁହାଯାଇଛି ଯେ, ଯୁଦ୍ଧ ପରିସ୍ଥିତି ଯୋଗୁଁ ଅକ୍ସିଜେନ୍ ଭରା ସିଲିଣ୍ଡର ହସ୍ପିଟାଲରେ ଗୁଡ଼ିକରେ ପହଞ୍ଚିପାରୁନାହିଁ । ଦେଶ ବ୍ୟାପୀ ଏବେ ଏହି ସଙ୍କଟ ଉଗ୍ର ରୂପ ନେବାରେ ଲାଗିଛି । ଏଥିରେ ରାଜଧାନୀ କିଭ୍ ମଧ୍ୟ ସାମିଲ ରହିଛି । ରୁଷ ସେନାଙ୍କ ଟାର୍ଗେଟରେ ଏବେ ରାଜଧାନୀ କିଭ୍ ରହିଥିବା ବେଳେ ଲଗାତର ଭାବରେ ବିସ୍ଫୋରଣ, ରକେଟ୍ , ମିସାଇଲ୍ ଆକ୍ରମଣ ଇତ୍ୟାଦି ଜାରି ରଖିଛନ୍ତି ସେନା ।

ଅକ୍ସିଜେନ୍ ସଙ୍କଟ ଏବେ ୟୁକ୍ରେନରେ ବିପଦଜନକ ସ୍ଥିତିରେ ପହଞ୍ଚିଛି । ଡବ୍ଲୁଏଚଓର ଜେନେରାଲ୍ ଡାଇରେକ୍ଟର୍ ଟେଡ୍ରୋସ୍ ଅଧୋନମ୍ କହିଛନ୍ତି ଏ ସମ୍ପର୍କରେ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ, ଅଧିକାଂଶ ହସ୍ପିଟାଲରେ ଅକ୍ସିଜେନ୍ ସରି ଆସିଲାଣି । କିଛି ସ୍ଥାନରେ ସମ୍ପୂର୍ଣ୍ଣ ଭାବରେ ସମାପ୍ତ ହୋଇଯାଇଛି । ଫଳରେ ହଜାର ସଂଖ୍ୟାରେ ରୋଗୀଙ୍କ ମୁଣ୍ଡରେ ଏବେ ଖଣ୍ଡା ଝୁଲୁଛି ।

ତେବେ ଖାଲି ଅକ୍ସିଜେନ୍ ର ଅଭାବ ନୂହେଁ ବରଂ ଏବେ ଅନ୍ୟାନ୍ୟ ସମସ୍ୟା ବି ଦେଖିବାକୁ ମିଳିଛି । ଯେପରିକି ଇଲେକ୍ଟ୍ରିସିଟି, ପାୱାର୍ ସର୍ଟେଜ୍, ମଡେିକାଲ୍ ଉପକରଣରେ ବି ଦେଖିବାକୁ ମିଳିଛି ଘୋର ଅଭାବ । ଲଗାତର ମିସାଇଲ୍ ଓ ରେକଡ ମାଡ ହେଉଥିବାରୁ ଅନେକ ସହରରେ ବିଦ୍ୟୁତ୍ ଯୋଗାଣ ବାଧାସ୍ତ୍ରାପ୍ତ ହୋଇଛି । ଏପରିକି ରୁଷର ଗୁଳିମାଡ଼ କାରଣରୁ ଆମ୍ବୁଲାନ୍ସରେ ରୋଗୀଙ୍କୁ ଅନ୍ୟତ୍ର ନେବାକୁ ଏବେ ମୁସ୍କିଲ ହୋଇଛି । ସୂଚନା ଯେ, ୧୭୦୦ରୁ ଅଧିକ ରୋଗୀ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଚନ୍ତି ।

 

Get real time updates directly on you device, subscribe now.