fbpx
BJD
BJD SKY
BJD SKY

କ୍ରିକେଟ ବୋର୍ଡର ଐତିହାସିକ ନିଷ୍ପତ୍ତି: ଏଣିକି ପୁରୁଷଙ୍କ ତୁଳନାରେ ମହିଳା ପାଇବେ ସମାନ ମ୍ୟାଚ୍ ଫି

ନୂଆଦିଲ୍ଲୀ: ଆଜିକା ଦିନରେ କ୍ରିକେଟ ଖୁବ ଉପର ସ୍ତରରେ ପହଞ୍ଚିଲାଣି । କେବଳ ପୁରୁଷ ନୁହେଁ, ମହିଳାମାନେ ଏବେ କ୍ରିକେଟରେ ମଧ୍ୟ ନିଜ ଜଲୱା ଦେଖାଇଛନ୍ତି । ତେଣୁ ଦିନେ ମହିଳା କ୍ରିକେଟ ବର୍ତ୍ତମାନ ପୁରୁଷଙ୍କ ତୁଳନାରେ ଅନେକ ନାଁ କମାଇ ସାରିଛନ୍ତି । ତେବେ ଏହାକୁ ନଜରରେ ରଖି କ୍ରିକେଟ ବୋର୍ଡ ତରଫରୁ ବଡ଼ ନିଷ୍ପତ୍ତି ନିଆଯାଉଛି । ଏଣିକି ମହିଳା କ୍ରିକେଟର ମାନଙ୍କୁ ମଧ୍ୟ ପୁରୁଷଙ୍କ ତୁଳନାରେ ସମାନ ମ୍ୟାଚ୍ ଫି ଦେବା ପାଇଁ ଘୋଷଣା କରିଛି ଦକ୍ଷିଣ ଆଫ୍ରିକା ।

କ୍ରିକେଟ ସାଉଥ ଆଫ୍ରିକା ବା ସିଏସଏ ଏଭଳି ଏକ ଐତିହାସିକ ନିଷ୍ପତ୍ତି ନେଇଛି । ନ୍ୟୁଜିଲାଣ୍ଡ କ୍ରିକେଟ ଏବଂ ଭାରତୀୟ କ୍ରିକେଟ ବୋର୍ଡ ପରେ ତୃତୀୟ ଦେଶ ଭାବରେ ଏହି ନିଷ୍ପତ୍ତି ନେଇଛି ଦକ୍ଷିଣ ଆପ୍ରିକା । ଅର୍ଥାତ୍ ଏଣିକି ଦକ୍ଷିଣ ଆଫ୍ରିକାର ମହିଳା ଖେଳାଳୀମାନଙ୍କୁ ମଧ୍ୟ ପୁରୁଷଙ୍କ ତୁଳନାରେ ଅନ୍ତାଷ୍ଟ୍ରୀୟ ମ୍ୟାଚ୍ ପାଇଁ ସମାନ ମ୍ୟାଚ ଫି ପ୍ରଦାନ କରାଯିବ । ତେବେ ମିଳିଥିବା ରିପୋର୍ଟ ଅନୁସାରେ, ଦକ୍ଷିଣ ଆଫ୍ରିକାର ପୁରୁଷ ଖେଳାଳିମାନଙ୍କୁ ପ୍ରତ୍ୟେକ ଟେଷ୍ଟ ମ୍ୟାଚ ପାଇଁ ୪,୫୦୦ଡଲାର ମିଳୁଥିବା ବେଳେ ଦିନିକିଆ ପାଇଁ ୧,୨୦୦ ଡଲାର ଏବଂ ଟି-୨୦ ମ୍ୟାଚ ପାଇଁ ୮୦୦ ଡଲାର ଲେଖାଏଁ ପ୍ରଦାନ କରାଯାଏ ।

ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସବୁଠାରୁ କମ୍ ଦରମା ପାଉଥିବା କ୍ରିକେଟରଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ଖେଳାଳି । ଏପରିକି ପାକିସ୍ତାନ ଏବଂ ବାଂଲାଦେଶ ଅପେକ୍ଷା ମଧ୍ୟ ଏହି ଦେଶର ଖେଳାଳିମାନଭ୍କୁ କମ୍ ମ୍ୟାଚ ଫି ପ୍ରଦାନ କରୁଛି ବୋର୍ଡ । ଆସନ୍ତା ସେପ୍ଟେମ୍ବର ପାକିସ୍ତାନ ବିପକ୍ଷ ସିରିଜରୁ ହିଁ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟର ମାନଙ୍କ ପାଇଁ ସମାନ ମ୍ୟାଚ ଫି ନିୟମ ଲାଗୁ କରାଯିବ ।

Get real time updates directly on you device, subscribe now.