fbpx
BSKY
BJD MC SKY
BJD MS SKY

ଶ୍ୱଶୁର ଘର ବିରୋଧରେ କହିବାରୁ ପତ୍ନୀଙ୍କୁ ଛାତ ଉପରୁ ଠେଲିଦେଲେ ସ୍ୱାମୀ, ଜାଣନ୍ତୁ କ’ଣ ରହିଛି ପୁରା ମାମଲା

ନୂଆଦିଲ୍ଲୀ: ଆଗ୍ରାରେ ଜଣେ ବ୍ୟକ୍ତି ନିଜ ଗର୍ଭବତୀ ପତ୍ନୀଙ୍କୁ ଛାତରୁ ଠେଲି ଦେଇଛନ୍ତି । ଛାତରୁ ଖସି ପଡିବା ପରେ ମହିଳାଙ୍କର ଜୀବନ ରକ୍ଷା ହୋଇଯାଇଥିଲେ ବି ହାତ ଗୋଡ ଭାଙ୍ଗି ଯାଇଛି । ତେବେ ଏହି ଘଟଣାରେ ପୀଡିତାଙ୍କ ପିତା ପୋଲିସ ନିକଟରେ ଅଭିଯୋଗ କରିଥିଲେ ବି ନ୍ୟାୟ ମିଳି ନ ଥିବାର ଅଭିଯୋଗ କରିଛନ୍ତି । ଏବେ ପୀଡିତାଙ୍କ ପରିବାର ପୋଲିସ କମିଶନରଙ୍କ ନିକଟରେ ଗୁହାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ପୀଡିତାକୁ ଏକ ଠେଲା ଗାଡିରେ ଧରି ଗତ ମଙ୍ଗଳବାର ତାଙ୍କ ପରିବାର ଲୋକେ ପୋଲିସ କମିଶନର କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପୋଲିସ କମିଶନର ଘଟଣା ବିଷୟରେ ଜାଣିବା ପରେ ଅଭିଯୁକ୍ତକୁ ଗିରଫ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ପୀଡିତାଙ୍କ ପିତା କହିଛନ୍ତି ତାଙ୍କର ଦୁଇ ଝିଅ ସୁଶୀଳା ଓ ସୁନୀତାଙ୍କୁ ସେ ୮ ବର୍ଷ ତଳେ ଗୋଟିଏ ପରିବାରର ଦୁଇ ଭାଇଙ୍କ ସହ ବିବାହ କରାଇଥିଲେ । କିନ୍ତୁ ସୁଶୀଳାଙ୍କ ସ୍ୱାମୀଙ୍କର ଏକ ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିଲା । ସୁନୀତାଙ୍କୁ ତାଙ୍କ ସ୍ୱାମୀ ରାହୁଲ ଓ ଶ୍ୱଶୁର ଘର ଲୋକେ ସର୍ବଦା ମାରପିଟ କରି ଆସୁଥିଲେ ।

କିଛିଦିନ ତଳେ ରାତିରେ ସୁନୀତାଙ୍କୁ ତାଙ୍କ ସ୍ୱାମୀ ରାହୁଲ ଭୀଷଣ ପିଟିଥିଲେ । ଏ ସଂପର୍କରେ ଅଭିଯୋଗ କରିବା ଲାଗି ତାଙ୍କ ଭଉଣୀ ସୁଶୀଳା ଥାନାକୁ ଯିବାକୁ ବାହାରିଥିଲେ । ଏହାକୁ ନେଇ ରାହୁଲ ଭୀଷଣ ରାଗିଯାଇ ପତ୍ନୀ ସୁନୀତାଙ୍କୁ ଛାତରୁ ତଳକୁ ଠେଲି ଦେଇଥିଲେ । ଭାଗ୍ୟ ବଶତଃ ପୀଡିତା ପ୍ରଥମ ମହଲା ଛାତରେ ଆସି ଲାଖି ଯାଇଥିଲେ । ଏହାପରେ ସୁନୀତାଙ୍କର ଗୋଟିଏ ଗୋଡ ଭାଙ୍ଗିଯିବା ସହ ମେରୁଦଣ୍ଡରେ ବି ଆଘାତ ଲାଗିଛି । ସୁନୀତା ଏବେ ୬ ମାସର ଗର୍ଭବତୀ ଅଛନ୍ତି । ଏହି ଘଟଣା ପରେ ସୁନୀତା ଓ ତାଙ୍କ ପେଟରେ ବଢୁଥିବା ପିଲାର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଏବେ ଦୁଇ ଭଉଣୀ ବାପଘରେ ଅଛନ୍ତି । ଅଭିଯୁକ୍ତ ସ୍ୱାମୀକୁ ଗିରଫ କରାଯାଇ ନ ଥିବା ବେଳେ ପୋଲିସ କମିଶନର କହିଛନ୍ତି ଘଟଣାର ଯାଞ୍ଚ କରାଯାଉଛି ।

Get real time updates directly on you device, subscribe now.