fbpx
BSKY
BJD MC SKY
BJD MS SKY

(Video) ଚୋରି କରିବାକୁ ମନା କଲେ: ବୋହୂକୁ ଛାଡ଼ି ଶାଶୂକୁ ଦୁଷ୍କର୍ମ କରି ଚାଲିଗଲେ ଚୋର…

ଭୁବନେଶ୍ୱର: ସାରା ରାଜ୍ୟରେ ଦିନକୁ ଦିନ ଅପରାଧୀଙ୍କ ରାଜୁତ ବଢିବାରେ ଲାଗିିଛି । ବିଭିନ୍ନ ସ୍ଥାନରେ ନାନା ପ୍ରକାରର ଅପରାଧୀକ ଘଟଣା ଘଟାଇ ପୋଲଇସକୁ ଚାଲେଞ୍ଜ କରି ଚାଲିଛନ୍ତି କ୍ରିମିନାଲ । ତେବେ ଏଭଳି ଏକ ଲଜ୍ଜାଜନକ ଘଟଣା ଏବେ ସାମନାକୁ ଆସିଛି । ଚୋରି କରିବାକୁ ଆସି କିଛି ଦୁର୍ବୃତ୍ତ ଲୁଟି ନେଇଛନ୍ତି ମହିଳାଙ୍କ ଇଜ୍ଜତ । ବନ୍ଧୁକ ମୁନରେ ସମ୍ପତ୍ତି ଲୁଟିଲେ । ଚୋରି କରିବାକୁ ମନା କରିବାରୁ ମହିଳାଙ୍କ ଇଜ୍ଜତ ବି ଲୁଟିଲେ । ବୋହୂ ଆଗରେ ଶାଶୁକୁ ଜଣେ ପରେ ଜଣେ ଦୁଷ୍କର୍ମ କଲେ ।

ଅଜବ ଲାଗୁଥିଲେ ବି ଘଟଣାଟି ସତ । ଘଟଣାଟି ପ୍ରଘଟ ହେବା ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ୨ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଲୁଟ କରିବା ସହ ବୋହୂ ସାମ୍ନାରେ ଶାଶୁକୁ ଦୁଷ୍କର୍ମ କରିଯାଇଥିବା ଅଭିଯୋଗ ହୋଇଛି । ପୋଲିସ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଚୋରମାନେ ସମସ୍ତିପୁର ଜିଲ୍ଲାରେ ଜଣଙ୍କ ଘରେ ପଶି ଚୋରି କରୁଥିଲେ । ଡକାୟତକାନେ ବନ୍ଧୁକ ମୁନରେ ୨ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଜଣେ ମହିଳା ଚୋରି କରିବାକୁ ଚୋରଙ୍କୁ ବିରୋଧ କରିଥିଲେ । ଚୋରମାନେ ଏଥିରେ ଉତକ୍ଷିପ୍ତ ହୋଇ ମହିଳାଙ୍କ ବୋହୂ ସମ୍ମୁଖରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏଭଳି ଲଜ୍ଜା ଜନକ ଘଟଣା ଘଟିଛି ବିହାର ସମସ୍ତିପୁର ଜିଲ୍ଲାରେ । ଶାଶୁ ବୋହୂଙ୍କ ଉପସ୍ଥିତିରେ ଚୋରମାନେ ଡକାୟତ ପାଇଁ ଘରେ ପ୍ରବେଶ କରିଥିଲେ । ଏହାପରେ ଘରେ ଥିବା ଟଙ୍କା ଓ ସୁନା ଚୋରି କରିବାରେ ଲାଗିଥିଲେ । ଉଭୟଙ୍କୁ ବନ୍ଧୁକ ଦେଖାଇ ଘରେ ଥିବା ୨ ଲକ୍ଷ ଟଙ୍କା ଓ ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ କରିଥିଲେ । ପୀଡିତା ମହିଳା ଡକାୟତଙ୍କୁ ଚୋରି କରିବାକୁ ମନା କରିଥିଲେ । ଚୋରି କରିବାକୁ ମନା କରିବାରୁ ମହିଳାଙ୍କ ଦୁଷ୍କର୍ମ କରିଥିଲେ ଡକାୟତ ।

ଏହା ଦେଖି ପାଖରେ ଥିବା ମହିଳାଙ୍କ ବୋହୂ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ଚୋରମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପୀଡିତାଙ୍କୁ ଚିକିତ୍ସା ପାଇଁ ସମସ୍ତିପୁରର ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ଚୋରଙ୍କୁ ଧରିବାରେ ପୋଲିସ ସଫଳ ହୋଇନାହିଁ । ଡକାୟତଙ୍କ ପରିଚୟ ମଧ୍ୟ ମିଳିପାରି ନାହିଁ । ପୋଲିସ ଡକାୟତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

Get real time updates directly on you device, subscribe now.