fbpx

ଓଡ଼ିଶାରେ ଏକ IPL ଟିମ୍ ହେବା ଆବଶ୍ୟକ କି: ରାଜ୍ୟର କ୍ରୀଡ଼ାବିତଙ୍କୁ କେବେ ସୁଯୋଗ ମିଳିବ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ପୂରାତନ କାଳରୁ ଓଡ଼ିଶା ମାଟି ବହୁ ବୀରଙ୍କର ଜନ୍ମସ୍ଥଳ ରହିଆସିଛି । ନୃତ୍ୟ, ସଂଗୀତ, ସାହିତ୍ୟ, ରାଜନୀତି, ପ୍ରଶାସନ, କ୍ରୀଡ଼ା ଆଦି ବିଭିନ୍ନ କ୍ଷେତ୍ରରେ ଏକାଧିକ ପ୍ରତିଭା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରନ୍ତର ପ୍ରୟାସ ଫଳରେ ରାଜ୍ୟରେ କ୍ରମାଗତ ଦୁଇଥର ପୁରୁଷ ହକି ବିଶ୍ୱକପ୍ ଆୟୋଜିତ ହୋଇଯାଇଛି । ଏଥିସହିତ କ୍ରୀଡ଼ାକୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେବା ସହିତ କ୍ରୀଡ଼ାବିତଙ୍କୁ ଆଗକୁ ବଢ଼ିବାକୁ ସୁଯୋଗ ଦେଉଛନ୍ତି ।

ତେବେ କ୍ରିକେଟ ଉପରେ ଯଦି ଆମେ ନଜର ପକାଇବା ତେବେ ଏହି କ୍ଷେତ୍ରରେ ଆମେ କିଛି ପାଦ ପଛରେ ରହିଥିବା ଭଳି ମନେହୁଏ । ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସଙ୍କ ପରେ ଜାତୀୟ ଦଳରେ ଓଡ଼ିଆଙ୍କ ସ୍ଥାନ ଏବେ ଶୂନ କହିଲେ ଚଳେ । ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଚାଲିଥିବା ବେଳେ ସେଥିରେ ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତି ଚେନ୍ନାଇ ସୁପର କିଙ୍ଗସ ତରଫରୁ ଖେଳୁଛନ୍ତି । ତେବେ ଆମର ଓଡ଼ିଆ ଭାଇ ଶୁଭ୍ରାଂଶୁଙ୍କୁ ଆଇପିଏଲରେ ଅବହେଳା କରାଯାଉଛି । ଏନେଇ ନେଇ ଅନେକ ସମୟରେ ରାଜ୍ୟର କ୍ରୀଡ଼ାପ୍ରେମୀମାନେ ସୋସିଆଲ ମିଡ଼ିଆରେ ହଙ୍ଗାମା କରୁଥିବାର ଦେଖାଯାଉଛି ।

ତେବେ ଏହା ମଧ୍ୟରେ ଦର୍ଶକଙ୍କ ତରଫରୁ ଏକ ବଡ଼ ଦାବି କରାଯାଉଛି । ବର୍ତ୍ତମାନ ଆଇପିଏଲରେ ୧୦ଟି ଟିମ ଖେଳୁଛନ୍ତି । ତେଣୁ ଯଦି ଓଡ଼ିଶା ନାମରେ ଆଉ ଗୋଟିଏ ଆଇପିଏଲ୍ ଟିମ୍ ତିଆରି ହୁଅନ୍ତା ତେବେ ରାଜ୍ୟର ଯୁବ କ୍ରିକେଟରମାନେ ସୁଯୋଗ ପାଇବା ସହିତ ଟି-୨୦ରେ ନିଜର ଦମ୍ ଦେଖାଇ ପାରନ୍ତେ । ଏନେଇ ସୋସିଆଲ ମିଡ଼ିଆରେ ଏବେ ଦାବି ଜୋର ଧରିଲାଣି । ଖଣିଜ ସମ୍ପଦରେ ଭରପୂର ଓଡ଼ିଶାରେ ଶିଳ୍ପପତିଙ୍କର ଅଭାବ ନାହିଁ । ତେଣୁ ନୂଆ ଟିମ୍ କିଣିବା ପାଇଁ ଯଦି ରାଜ୍ୟର ଶିଳ୍ପପତିମାନେ ଆଗ୍ରହ ପ୍ରକାଶ କରନ୍ତେ ତେବେ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ପୁଣି ଏକ ନୂଆ ଅଧ୍ୟାୟ ଯୋଡ଼ିବାରେ ସହାୟକ ହୁଅନ୍ତା । ତେବେ ଓଡ଼ିଶା ନାଁରେ ଆଇପିଏଲ ଟିମ୍ ଗଠନ ପାଇଁ କିଛି ଓଡ଼ିଆ ଲୋକ ଏବେ ପ୍ରୟାସ ଆରମ୍ଭ କଲେଣି ବୋଲି ଶୁଣାଯାଉଛି । ଏପରିକି ସେମାନେ ଶୁଭ୍ରାଂଶୁଙ୍କୁ ଏହି ଟିମର ଅଧିନାୟକ ଦେବାକୁ ସ୍ଥିର କରିଥିବା ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚା ପଛର ସତ୍ୟତା କେତେ ତାହା ଆଗକୁ ଜଣାପଡ଼ିବ ।

Get real time updates directly on you device, subscribe now.