fbpx

(ଭିଡ଼ିଓ) ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଖେଳାଳି

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ରସ ଟେଲର ଅବସର ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୩୭ ବର୍ଷୀୟ ଏହି ନ୍ୟୁଜିଲାଣ୍ଡ ଖେଳାଳି କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । ହୋମ୍ ଗ୍ରାଉଣ୍ଡରେ ହେବାକୁ ଥିବା ଆଗାମୀ ଦୁଇଟି ସିରିଜି ପରେ ସେ କ୍ରିକେଟକୁ ଅଲବିଦା କହିଦେବେ । ଆଗାମୀ ଦୁଇଟି ସିରିଜ ବାଂଲାଦେଶ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ନ୍ୟୁଜିଲାଣ୍ଡ । ପ୍ରଥମେ ବାଂଲାଦେଶ ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ୍ ହେବ । ଏହାପରେ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ବିପକ୍ଷରେ ୫ଟି ଦିନିକିଆ ମ୍ୟାଚ୍ ଖେଳିବ ନ୍ୟୁଜିଲାଣ୍ଡ ।

ତେବେ ସୋସିଆଲ୍ ମିଡିଆରେ ଆଜି ସକାଳୁ ସକାଳୁ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ରସ୍ ଟେଲର୍ । ଟ୍ୱିଟ୍ କରି ନିଜେ ସୂଚନା ଦେଇଛନ୍ତି । ଟେଲର ୨୦୦୬ରେ ସେ ଆନ୍ତର୍ଜାତିକ କ୍ରିକେଟ ଜୀବନ ଆରମ୍ଭ କରିଥିଲେ ।

ଏପର୍ଯ୍ୟନ୍ତ ୪୪୫ଟି ଆନ୍ତର୍ଜାତିକ ମ୍ୟାଚ ଖେଳି ୧୮ ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ଟେଷ୍ଟରେ ୭ ହଜାର ୫୮୪ ଏବଂ ଦିନିକିଆରେ ୮ ହଜାର ୫୮୧ ରନ୍ କରିଛନ୍ତି ଟେଲର । ଭାରତକୁ ହରାଇ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଜିତିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ରସ ଟେଲର ।

Ross Taylor Retirement | Ross Taylor Ka Sannyas | Ross Taylor Debut | Ross Taylor Record | Ross Taylor Wiki In Hindi | न्यूजीलैंड क्रिकेट चैंपियन रॉस टेलर का अंतरराष्ट्रीय क्रिकेट से

ଉଭୟ ଟେଷ୍ଟ ଏବଂ ଦିନିକିଆରେ ମୋଟ ୪୦ଟି ଶତକ ହାସଲ କରିଛନ୍ତି । ଦିନିକିଆରେ ୨୧ ଏବଂ ଟେଷ୍ଟ କ୍ରିକେଟରେ ୧୯ଟି ଶତକ ସହଲ କରିଛନ୍ତି ଟେଲର । ନ୍ୟୁଜିଲାଣ୍ଡ ପାଇଁ ୩ ଯାକ ଫର୍ମାଟରେ ୧୦୦ଟି ଲେଖାଏଁ ମ୍ୟାଚ ଖେଳିବାର ଗୌରବ ହାସଲ କରିଛନ୍ତି ୩୭ ବର୍ଷୀୟ ଟେଲର ।

Get real time updates directly on you device, subscribe now.