fbpx

କ୍ରାଇମ ସିନ ରିକ୍ରିଏଟ ପାଇଁ ଶର୍ମିଷ୍ଠା ଏବଂ ନିରଞ୍ଜନଙ୍କ ସହ ‘ସଂପୂର୍ଣ୍ଣ’ ଅଫିସରେ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସହ ଅନ୍ୟ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ କରାଯିବା ପରେ ଶର୍ମିଷ୍ଠାଙ୍କୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଧରି ବାରମ୍ବାର କ୍ରାଇମ ସିନ୍ ରିକ୍ରିଏସନ କରୁଛି କ୍ରାଇମବ୍ରାଞ୍ଚ । ଦୟାଲ ଆଶ୍ରମ, ବଧିପାଟଣା ଆଦି ସ୍ଥାନକୁ ନେଇ କ୍ରାଇମ ସିନ୍ ରିକ୍ରିଏଟ କରୁଛି କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠା ମଧ୍ୟ ସବୁ ସତ ମାନିଥିବାନେଇ ସୂଚନା ରହିଛି ।

ସେପଟେ ଆଜି ଶନିବାର ଶର୍ମିଷ୍ଠା ଏବଂ ନିରଞ୍ଜନଙ୍କୁ ଧରି ୱେବ ଚ୍ୟାନେଲ ସଂପୂର୍ଣ୍ଣ ଅଫିସରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ । ଏୟାରଫିଲ୍ଡ ଥାନା ସ୍କାଏ ଟାୱାର ସ୍ଥିତ ଅଫିସକୁ ସିନ୍ ରିକ୍ରିଏଟ ପାଇଁ ଶର୍ମିଷ୍ଠା ଓ ନିରଞ୍ଜନଙ୍କୁ ଅଣାଯାଇଛି ।

Get real time updates directly on you device, subscribe now.