fbpx

ଇଓଡବ୍ଲ୍ୟୁ ପଞ୍ଝାରେ କୁଖ୍ୟାତ ଠକ, ୧୭ ରାଜ୍ୟରୁ କୋଟି କୋଟି ଟଙ୍କାର ଠକେଇ

Advertisement

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ପଞ୍ଝାରେ କୁଖ୍ୟାତ ଠକ ବିହାରର ଗୋପାଳଗଞ୍ଜରୁ ଏହି କୁଖ୍ୟାତ ଠକକୁ ଗିରଫ କରିଛି ଇଓଡବ୍ଲ୍ୟୁ । ଧରାପଡ଼ିଥିବା ଏହି ଠକର ନାମ ଧରମପାଲ ସିଂ । ସେ ଓଡ଼ିଶା ସମେତ ୧୭ଟି ରାଜ୍ୟରେ ଆଶାୟୀ ଓ ବେକାର ଯୁବକ ଯୁବତୀଙ୍କୁ ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଠକିନେଇ ଫେରାର ହୋଇ ଯାଇଥିଲେ । ଇଓଡବ୍ଲ୍ୟୁ ତାଙ୍କୁ ଗିରଫ କରିବା ସହ ୫ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣି ପଚରାଉଚରା କରିବ ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥା ନାମରେ ଧରମପାଲ ଏକ ୱେବସାଇଟ୍ ଖୋଲି ସରକାରୀ ଚାକିରି ଦେବେ ବୋଲି କହିଥିଲେ । କେବେଳ ଫର୍ମ ଦେବା ନାଁରେ ୧ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ସେ ଆଦାୟ କରିଥିଲେ । ପିଲାମାନଙ୍କୁ ନକଲି ସାର୍ଟିଫିକେଟ ଦେବା ସହ ନକଲି ସ୍କଲାରସିିପ୍ କାଗଜପତ୍ର ମଧ୍ୟ ଦେଉଥିଲେ । ସେହିପରି ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥା ନାଁରେ ଆଉ ୫ଟି ଫାର୍ମ ମଧ୍ୟ ଖୋଲି ଠକେଇ କରି ଚାଲିଥିଲେ ।

ଏନେଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ ହେବା ପରେ ଇଓଡବ୍ଲ୍ୟୁ ତଦନ୍ତ ଆରମ୍ଭ କରି ଧରମପାଲଙ୍କୁ ବିହାରରୁ ଗିରଫ କରିଥିଲା । ତାଙ୍କର ବିଭିନ୍ନ ବ୍ୟାଙ୍କରେ ଥିବା ୬ କୋଟି ୬୦ ଲକ୍ଷରୁ ଅଧିକ ଟଙ୍କାକୁ କ୍ରାଇମବ୍ରାଞ୍ଚ ଜବତ କରିଛି । ପଚରାଉଚରା ପରେ ଠକେଇ ନେଇ ସବିଶେଷ ତଥ୍ୟ ହାସଲ ହେବ ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି ।

Get real time updates directly on you device, subscribe now.