fbpx

ମହଙ୍ଗା ମାଡ଼ରୁ ନିସତାର ନାହିଁ, ୨୦୨୪ରେ ୧୦୭ ଡଲାର ପ୍ରତି ବ୍ୟାରେଲ ହୋଇପାରେ ଅଶୋଧିତ ତୈଳ

ନୂଆଦିଲ୍ଲୀ: ଆସୁଥିବା ସମୟରେ ଅଶୋଧିତ ତୈଳର ମୂଲ୍ୟ ବଜାର ଦରଦାମ୍‌ରେ ନିଆଁ ଲଗାଇପାରେ । କାରଣ ଖୁବ୍‌ଶୀଘ୍ର ଅଶୋଧିତ ତୈଳ ବ୍ୟାରେଲ ପ୍ରତି ୧୦୦ ଡଲାର ପାର୍ କରି ୧୦୭ ଡଲାର ହୋଇପାରେ । ଗୋଲ୍ଡମ୍ୟାନ୍ ସାକ୍ସ ଆକଳନ ଅନୁଯାୟୀ ଋଷ ଏବଂ ସାଉଦୀ ଆରବ ଭଳି ଦେଶ ତେଲ ଉତ୍ପାଦନ ହ୍ରାସ କରିବାର ନିଷ୍ପତିରେ କୌଣସି ପରିବର୍ତ୍ତନ ନକରନ୍ତି ତେବେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ୧୦୭ ଡଲାର ପ୍ରତି ବ୍ୟାରେଲ ପର୍ଯ୍ୟନ୍ତ ଯାଇ ପାରେ ।

୫ ସେପ୍ଟେମ୍ବର ୨୦୨୩ ରେ ସାଉଦୀ ଆରବ ଘୋଷଣା କରିଛି ଯେ, ଡିସେମ୍ବର ସୁଦ୍ଧା ୧ ମିଲିୟନ ବ୍ୟାରେଲ ତୈଳ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତି ନେଇଛି । ତେବେ ଏହାକୁ ନେଇ ସାଉଦୀ ଆରବ ସରକାର କହିଛନ୍ତି ଯେ, ଏହିବିଷୟ ଉପରେ ବିଚାର କରାଯିବ କି ଉତ୍ପାଦନ ହ୍ରାସ କରାଯବ ନା ନାହିଁ । ସେହିଭଳି ଡିସେମ୍ବର ସୁଦ୍ଧା ୩ ଲକ୍ଷ ବ୍ୟାରେଲ ତୈଳ ଉତ୍ପାଦନ ହ୍ରାସ କରିବାକୁ ଋଷ ନିଷ୍ପତି ନେଇଛି । ଦୁଇ ଦେଶର ଏହି ନିଷ୍ପତି ପରେ ଅଶୋଧିତ ତୈଳର ଦାମ୍ ବ୍ୟାରେଲ ପ୍ରତି ୯୦ ଡଲାର ପାର୍ କରି ୯୧ରେ ପହଞ୍ଚିଛି ।

ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଏବଂ ବ୍ୟାରେଲ ପିଛା ୧୦୭ ଡଲାରରେ ପହଞ୍ଚିବା ବିଷୟରେ ଯଦି ଗୋଲ୍ଡମ୍ୟାନ୍ ସାକ୍ସଙ୍କ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୁଏ, ତେବେ ଭାରତର ଅସୁବିଧା ବଢିପାରେ । ଭାରତରେ ଅଶୋଧିତ ତୈଳ ଦର ବୃଦ୍ଧି ହେତୁ ମୁଦ୍ରାସ୍ଫୀତି ବୃଦ୍ଧି ହେବାର ଆଶଙ୍କା ରହିଛି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଁ ସରକାରୀ ତୈଳ କମ୍ପାନୀଗୁଡିକ ଉପରେ ଚାପ ବୃଦ୍ଧି ପାଇବ । ଏଥି ସହିତ, ସେମାନଙ୍କର ଲାଭରେ ହ୍ରାସ ଘଟିବ । ବିଧାନସଭା ଏବଂ ଲୋକସଭା ନିର୍ବାଚନ ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲକୁ ଶସ୍ତା କରିବା ପାଇଁ ସରକାରଙ୍କ ଉଦ୍ୟମ ଏକ ପ୍ରତିବନ୍ଧକ ହେବ । ଡଲାର ତୁଳନାରେ ଟଙ୍କା ମଧ୍ୟ ଦୁର୍ବଳ ହେବ ।

Get real time updates directly on you device, subscribe now.