fbpx
BJD
BJD SKY
BJD SKY

ପଶୁ ବର୍ବରତାର କ୍ରୁର କାହାଣୀ: ୧୦୦୦ କୁକୁରଙ୍କୁ ପିଞ୍ଜରାରେ ବନ୍ଦ କଲା, ଖାଇବାକୁ ଦେଲାନି, ଛଟପଟ କରି ମାରିଲା ୬୦ ବର୍ଷୀୟ ନୃଶଂସ ମଣିଷ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ରାକ୍ଷସ ପ୍ରବୃତ୍ତିର ମଣିଷ ଗୃହପାଳିତ ପଶୁପକ୍ଷୀଙ୍କ ଉପରେ ହିଂସ୍ର ଆଚରଣ କରିଥାନ୍ତି । ତେବେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ୧ ହଜାର କୁକୁରଙ୍କୁ ପିଞ୍ଜରା ମଧ୍ୟରେ ବନ୍ଦ କରି ରଖିଥିଲା ଏହାପରେ ସେ କୁକୁରମାନଙ୍କୁ ଖାଇବାକୁ ନଦେଇ ଭୋକ ଉପାସରେ ରଖି କଷ୍ଟ, ନିର୍ଯାତନା ଦେଇ ମାରିଥିଲା । ଏହି କାହାଣୀ ଶୁଣିବା ପରେ ମଣିଷ କଥା ଛାଡ଼, ପଶୁପକ୍ଷୀ ମଧ୍ୟ ସହ୍ୟ ପରିପାରିବେ ନାହିଁ ।

ସୂଚନା ମୁତାବକ, ଏପରି ଏକ ଭୟଙ୍କର ନିର୍ଯାତନା କାହାଣୀ ଦକ୍ଷିଣ କୋରିଆରୁ ଆସିଛି । ଜଣେ ୬୦ ବର୍ଷୀୟ ବୟସ୍କ ଏପରି କୁକାର୍ଯ୍ୟ କରିଛି । ପୋଲିସ ଏହି ମାମଲାକୁ ଛାନଭିନ କରିବା ପରେ ଅଭିଯୁକ୍ତ ବୃଦ୍ଧ ନିଜର ଜଘନ୍ୟ ଓ ବର୍ବରୋଚିତ ଅପରାଧକୁ ସ୍ୱୀକାର କରିଥିଲା । ସେ ପୋଲିସକୁ କହିଥିଲା, ମୁଁ ଯେତେବେଳେ କୁକୁରମାନଙ୍କୁ ପିଞ୍ଜରାରେ ରଖିଥିଲି, ସେତେବେଳେ ସେମାନଙ୍କର ମୃତ୍ୟୁ ହୋଇନଥିଲା ।

ତେବେ କୁକୁର ପ୍ରଜନନକାରୀ ଅଭିଯୁକ୍ତଙ୍କୁ ଏପରି କରିବାକୁ କହିଥିଲେ । କୁକୁରମାନେ ନିଜର ପ୍ରଜନନ ବୟସ ପାର କରିସାରିଛନ୍ତି । ବ୍ୟବସାୟିକ ଦୃଷ୍ଟିକୋଣରୁ ସେମାନେ ଆକ୍ଟିଭ ନାହାନ୍ତି, ତେଣୁ ସେମାନଙ୍କୁ ଛାଡ଼ି ଦେବାକୁ କୁହାଯାଇଥିବା ଅଭିଯୁକ୍ତ କହିଥିଲେ । ତେବେ ପ୍ରାଣୀ ଅଧିକାର ଗ୍ରୁପର ଜଣେ ପ୍ରତିନିଧି କହିଛନ୍ତି, ୨୦୨୦ରେ ପ୍ରତି କୁକୁର ପିଛା ୬୨୧ ଟଙ୍କା ଖର୍ଚ୍ଚ ପ୍ରଦାନ କରାଯାଇ ସେମାନଙ୍କର ଦେଖାଶୁଣା କରିବା ପାଇଁ ଅଭିଯୁକ୍ତଙ୍କ ଦାୟିତ୍ୱ ଦିଆଯାଇଥିଲା । ଏହାପରେ ସେ କୁକୁରମାନଙ୍କୁ ଘରେ ବନ୍ଦ କରି ମୃତ୍ୟୁଦ୍ୱାରରେ ପହଞ୍ଚାଇ ଦେଇଥିଲା ।
ଅଭିଯୁକ୍ତ ପ୍ରତି କୁକୁରର ସଢ଼ା ଶବକୁ ଏକ ପରସ୍ତ କରି ରଖୁଥିଲା । ଭୋକିଲା କୁକୁରଙ୍କୁ ପିଞ୍ଜରା ଓ ରବର ବକ୍ସରେ ରଖୁଥିଲା । ତେବେ ୪ଟି କୁକୁର ଏହି ବର୍ବର କାଣ୍ଡରୁ ରକ୍ଷା ପାଇଯାଇଥିଲେ ଓ ସେମାନଙ୍କୁ କୁପୋଷଣ ଓ ତ୍ୱଚା ରୋଗ କାରଣରୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି । ଦକ୍ଷିଣ କୋରିଆରେ ପଶୁ ସଂରକ୍ଷଣ ନେଇ କଠୋର ଆଇନ ରହିଛି । ସେଠାରେ ପଶୁଙ୍କୁ ପାଣି ପିଆଇବାରେ ଅସଫଳ ହେଲେ ଓ ମୃତ୍ୟୁ ପାଇଁ ଦାୟୀ ହେଲେ ଅଭିଯୁକ୍ତଙ୍କୁ ୩ ବର୍ଷର ଜେଲଦଣ୍ଡ ବା ୩ କୋଟି ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି ।

Get real time updates directly on you device, subscribe now.