fbpx

(Video) Traffic Police ଆଗରେ ଯୁବତୀଙ୍କ ହାଇଡ୍ରାମା: ରାସ୍ତା ଉପରେ ଦେଖାଇଲେ ଡବଲ ରୋଲ

ନୂଆଦିଲ୍ଲୀ: ସଡକ ସୁରକ୍ଷା ପାଇଁ ଦିନରାତି ଡ୍ୟୁଟିରେ ରହିଥାନ୍ତି ଟ୍ରାଫିକ ପୋଲିସ । ଏହାପରେ ବି ଟ୍ରାଫିକ ଉଲ୍ଲଙ୍ଘନ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏଥିରେ ବ୍ରେକ ଲଗାଇବା ପାଇଁ ସରକାରଙ୍କ ତରଫରୁ ଲାଗୁ କରାଯାଇଛି ନୂଆ ମୋଟର ଯାନ ଆଇନ । ଏହି ଆଇନ ଅନୁସାରେ, ଚାଳକଙ୍କ ନିକଟରେ ଡ୍ରାଇଭିଙ୍ଗ ଲାଇସେନ୍ସ, ମୋଟର ବାହନ ପଞ୍ଜୀକରଣ ଦସ୍ତାବିଜ, ବୀମା, ପୟୁସି ପ୍ରମାଣପତ୍ର ଇତ୍ୟାଦି ରହିବା ଆବଶ୍ୟକ । ଟ୍ରାଫିକ ପୋଲିସ ରାସ୍ତାରେ ଅଟକାଇଲେ ଏହି ସବୁ ଡକ୍ୟୁମେଣ୍ଟ ଦେବାକୁ ପଡିବ । କିନ୍ତୁ ସୋସିଆଲ ମିଡିଆରେ ଏହାର ଏକ ବିପରୀତ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଯୁବତୀଙ୍କୁ ଟ୍ରାଫିକ ପୋଲିସ ଲାଇସେନ୍ସ ମାଗିବାରୁ ସେ ଡବଲ ରୋଲ ଦେଖାଇଛନ୍ତି । ପ୍ରଥମେ ସେ ଟ୍ରାଫିକ କର୍ମଚାରୀଙ୍କ ଉପରେ ଖୁବ ଜୋରରେ ଚିଡି ଯାଇଥିବାର ଦେଖାଯାଉଛି । ପୋଲିସବାବୁ ଯୁବତୀଙ୍କ କାରକୁ ରୋକିବା ମାତ୍ରେ ହାଇଡ୍ରାମା ଆରମ୍ଭ କରି ଦେଇଥିଲେ ଯୁବତୀ । ଭିଡିଓରେ କିଛି ମହିଳା ମାସ୍କ ଲଗାଇ ଗାଡିରେ ବସିଥିବା ଦେଖିବାକୁ ମିଳିଛି । ତେବେ ଡ୍ରାଇଭିଙ୍ଗ କରୁଥିବା ଯୁବତୀ ଗାଡିରୁ କାଗଜପତ୍ର ଫିଙ୍ଗି ଦେବା ସହ ଗାଡିରୁ ବାହାରି କର୍ମଚାରୀଙ୍କ ଉପରେ ଖୁବ ଜୋରରେ ଚିଲାଉଥିବାର ଦେଖାଯାଉଛି ।

ତେବେ ଏତିକିରେ ସରି ନଥିଲା ତାଙ୍କର ହାଇ ଭୋଲଟେଜ ଡ୍ରାମା । ବାହାରକୁ ଆସି ପୋଲିସ କର୍ମୀଙ୍କୁ ଅଶ୍ଳୀଳ ବ୍ୟବହାର କରିଥିଲେ । ଏହାପରେ କାର୍ ପଛରେ ବସିଥିବା ଜଣେ ମହିଳା ସମସ୍ତ କାଗଜପତ୍ରକୁ ରାସ୍ତାରୁ ଉଠାଇ ନେଇଥିଲେ । ଏହାପରେ ଯୁବତୀ ଜଣକ ହଠାତ କାନ୍ଦିବା ଆରମ୍ଭ କରି ଦେଇଥିଲେ । ଯାହାକୁ ଦେଖି ସେଠାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହାପରେ ପୁଣି ଥରେ ପୋଲିସକର୍ମୀଙ୍କ ଉପରେ ସେ ଚିଲାଇଥିଲେ । ତେବେ ଏହି ଘଟଣାର ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.