fbpx

ଛଟେଇ ପରେ ପୁଣି ଝଟକା ଦେଲା Google: ଚଳିତ ବର୍ଷ କର୍ମଚାରୀଙ୍କୁ ମିଳିବନି ପ୍ରମୋସନ!

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ଭୟଙ୍କର ଭାବେ ଆର୍ଥିକ ମାନ୍ଦାବସ୍ଥା ଦେଖା ଯାଇଛି । ଏହି କାରଣରୁ ମେଟା, ଆମାଜନ, ମାଇକ୍ରୋସଫ୍ଟ ପରି ଅନେକ ବଡ଼ ବଡ଼ ଟେକ କମ୍ପାନୀମାନେ ନିଜର କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରୁଛନ୍ତି । ଗତ ଜାନୁଆରୀରେ ଗୁଗଲର ମୂଳ କମ୍ପାନୀ ଆଲଫାବେଟ ଇଙ୍କ ୧୨ ହଜାର କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଥିଲା । ଏହାପରେ ଗତ ୭ ତାରିଖରେ କମ୍ପାନୀ ଚୀନ ଡିଭିଜନରୁ ଛଟେଇ ପ୍ରକ୍ରିୟା ଆରମ୍ଭ କରିଥିଲା ।

ତେବେ ଏହା ମଧ୍ୟରେ ଗୁଗୁଲ କର୍ମଚାରୀଙ୍କୁ ଦେଇଛି ପୁଣି ଏକ ବଡ଼ ଝଟକା । ଚଳିତ ବର୍ଷ ଅନ୍ୟ ବର୍ଷ ତୁଳନାରେ ସିନିୟର ସ୍ତରର କର୍ମଚାରୀଙ୍କୁ କମ୍ ପ୍ରମୋସନ ମିଳିବ ବୋଲି କମ୍ପାନୀ କର୍ମଚାରୀଙ୍କୁ ଚେତାବନୀ ଦେଇଛି । ଏକ ରିପୋର୍ଟ ମୁତାବକ, ଗତ ଫେବୃଆରୀ ମାସରେ କମ୍ପାନୀ କର୍ମଚାରୀଙ୍କ ନିକଟକୁ ଏକ ଇ-ମେଲ ପଠାଇଥିଲା । ସେଥିରେ କୁହାଯାଇଥିଲା, ଏହି ପ୍ରକ୍ରିୟା ମ୍ୟାନେଜରଙ୍କ ଦ୍ୱାରା ପରିଚାଳିତ ହେବ । ନିଯୁକ୍ତି ପ୍ରକ୍ରିୟା ମନ୍ଥର ରହିବା ସହ କମ୍ ପ୍ରମୋସନ ଦେବା ନେଇ ଯୋଜନା ପ୍ରସ୍ତୁତ କରାଯାଇଛି । ଯେଉଁ ସମୟରେ କମ୍ପାନୀ ଅଭିବୃଦ୍ଧି ହାସଲ କରୁଥିଲା, ସେ ସମୟଠାରୁ ଏହା ଏହି ପକ୍ରିୟା କମ୍ ରହିବ ବୋଲି କୁହାଯାଇଥଲା ।

ତେବେ ଗୁଗଲ କମ୍ପାନୀରେ ଏଲ-୬ କର୍ମଚାରୀଙ୍କ ପ୍ରାଥମିକ ସ୍ତର ହୋଇଥାଏ । ଏହି କର୍ମଚାରୀଙ୍କୁ ସିନିୟର କୁହାଯାଇଥାଏ । ଏମାନଙ୍କ ପାଖରେ ୧୦ ବର୍ଷ ବା ତା’ଠାରୁ ଅଧିକ ଅଭିଜ୍ଞତା ରହିଥାଏ । ତେବେ ମ୍ୟାନେଜର ଯଦି ପ୍ରମୋସନ ଦେବାକୁ ଚାହିଁବେ ତେବେ କର୍ମଚାରୀଙ୍କ ନାମ ନୋମିନେଟ୍ କରାଯିବ । ଏଥିସହିତ ଯେଉଁ କର୍ମଚାରୀମାନେ ନିଜ ନାମକୁ ପ୍ରମୋସନ ପାଇଁ ଆଗରେ ରଖିବାକୁ ଚାହିଁବେ, ସେମାନେ ମାର୍ଚ୍ଚ ୬ରୁ ୮ ତାରିଖ ମଧ୍ୟରେ ଏପରି କରିପାରନ୍ତି ବୋଲି ଇ-ମେଲରେ କୁହାଯାଇଛି ।

Get real time updates directly on you device, subscribe now.