fbpx

କ୍ରିପ୍ଟୋକରେନ୍ସିକୁ ମୁଦ୍ରା ରୂପରେ ନୁହେଁ ବରଂ ସମ୍ପତ୍ତି ରୂପରେ ମିଳିପାରେ ଅନୁମତି, ଆସୁଛି ନୂଆ ଆଇନ

ନୂଆଦିଲ୍ଲୀ: ବିଟକଏନ୍ ସମେତ କ୍ରିପ୍ଟୋକରେନ୍ସିକୁ ନେଇ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ନୂଆ ଆଇନ ଆଣିପାରନ୍ତି । ଏହାକୁ ନେଇ ନୂତନ ଆଇନ୍ ତିଆରି କରିବା ଉପରେ ପ୍ରସ୍ତୁତି ଜାରି ରହିଛି । କ୍ରିପ୍ଟୋକରେନ୍ସିଂକୁ ନେଇ ଲୋକମାନଙ୍କ ମଧ୍ୟରେ ବଢ଼ୁଥିବା ଲୋକପ୍ରିୟତାକୁ ଆଖି ଆଗରେ ରଖି ସରକାର ଏହାକୁ ବ୍ୟାନ୍ କରିବା ପରିବର୍ତ୍ତେ ଦ୍ୱିତୀୟ ବିକଳ୍ପକୁ ନେଇ ବିଚାର ବିମର୍ଶ ଚଳାଇଛନ୍ତି । କ୍ରିପ୍ଟୋ ଉପରେ ଏକ ଭିନ୍ନ ଉପାୟ ଅବଲମ୍ବନ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି।

ଭାରତରେ ମୁଦ୍ରା ଭାବରେ କ୍ରିପ୍ଟୋକରେନ୍ସି ଅନୁମତି ଦିଆଯିବ ନାହିଁ । ଏହାର ଅର୍ଥ ହେଉଛି ଯେ ଯଦି କାହାର ବିଟକଏନ୍ କିମ୍ବା ଇଥେରେମ୍ ପରି କ୍ରିପ୍ଟୋ ମୁଦ୍ରା ଅଛି, ସେମାନେ ଏହାକୁ ସେୟାର, ସୁନା କିମ୍ବା ବଣ୍ଡ ପରି ରଖିପାରିବେ, କିନ୍ତୁ ଦେୟ ପାଇଁ ଏହାକୁ ମୁଦ୍ରା ଭାବରେ ବ୍ୟବହାର କରିପାରିବେ ନାହିଁ । ଏହା ଉପରେ ରୋକ୍ ଲଗାଇଛନ୍ତି ସରକାର ।

ଏହି ପ୍ରସଙ୍ଗରେ ଜଡିତ ଥିବା ଅଧିକାରୀଙ୍କ ସହିତ ସରକାରଙ୍କ ସହ ଏକ ବୈଠକ ହୋଇଛି, ଯେଉଁଥିରେ ନିଷ୍ପତ୍ତି ନିଆଯାଇଛି ଯେ ବିଟକଏନ୍ ପରି କ୍ରିପ୍ଟୋକରେନ୍ସିକୁ ପ୍ରୋତ୍ସାହିତ କରିବାକୁ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ଏବଂ ଟ୍ରେଡିଂ ପ୍ଲାଟଫର୍ମକୁ ଅନୁମତି ମିଳିପାରିବ ନାହିଁ। ଏହି ବିଷୟ ସହ ଜଡିତ ଲୋକମାନେ କହିଛନ୍ତି ଯେ କ୍ରିପ୍ଟୋ ମାମଲାରେ ସରକାର ଏକ ବିଲକୁ ଚୂଡ଼ାନ୍ତ ରୂପ ଦେବାରେ ଲାଗିପଡ଼ିଛନ୍ତି ।

ଦେଶରେ କ୍ରିପ୍ଟୋ କାରବାର ପାଇଁ ମୋଦୀ ସରକାର ନିୟମ ପ୍ରସ୍ତୁତ କରୁଛନ୍ତି । ଭାରତରେ ସରକାର ଭର୍ଚୁଆଲ୍ କରେନ୍ସି ମାଧ୍ୟମରେ ପେମେଣ୍ଟ କାରବାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ କ୍ରିପ୍ଟୋ ବିଲ୍ ଚୂଡାନ୍ତ ରୂପ ଦିଆଯାଇଛି। ସରକାରୀ ସୂତ୍ରରୁ ଏହା ସମ୍ପର୍କରେ କୁହାଯାଇଛି ଯେ, “ଦେଶର ଲୋକମାନେ କ୍ରିପ୍ଟୋକୁ ସୁନା, ଅଂଶଧନ କିମ୍ବା ବଣ୍ଡ ପରି ସମ୍ପତ୍ତି ଭାବରେ ରଖିପାରିବେ। ଏହା ସ୍ପଷ୍ଟ ଯେ କ୍ରିପ୍ଟୋ ଏକ୍ସଚେଞ୍ଜ ଏବଂ ଟ୍ରେଡିଂ ପ୍ଲାଟଫର୍ମକୁ ଏଥିପାଇଁ ଅନୁମତି ଦିଆଯାଇପାରିବ ନାହିଁ । ଏହା ବ୍ୟତୀତ କ୍ରିପ୍ଟୋକରେନ୍ସି ନିୟମାବଳୀ ପାଇଁ ସରକାର ଏକ ନୂତନ ବିଲ୍ ପ୍ରସ୍ତୁତ କରୁଛନ୍ତି, ଯାହା ଆସନ୍ତା ଦୁଇ-ତିନି ସପ୍ତାହ ମଧ୍ୟରେ କ୍ୟାବିନେଟ୍ ଅନୁମୋଦନ ପାଇଁ ଉପସ୍ଥାପିତ ହୋଇପାରେ । କ୍ରିପ୍ଟୋକରେନ୍ସି ଗୁଡିକର ନିୟାମନର ଦାୟିତ୍ୱ ପୁଞ୍ଜି ବଜାର ନିୟନ୍ତ୍ରକ ସିକ୍ୟୁରିଟି ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆକୁ ଦିଆଯାଇପାରେ, ଯଦିଓ ଏପର୍ୟ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ।

Get real time updates directly on you device, subscribe now.