fbpx

ସାମସଙ୍ଗର ପୂଜା ଅଫର, ଏହି ଟିଭି ଦେଖିଲେ ଆସିବ ହଲ୍ ଭଳି ମଜା

Crystal 4K Dynamic TV launched know its feature

ନୂଆଦିଲ୍ଲୀ: ଭାରତୀୟ ବଜାରରେ ସ୍ମାର୍ଟ ଟିଭିର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ଟିଭିରେ ଅତ୍ୟାଧୁନିକ ଫିଚର ରହିଥିବା କାରଣରୁ ଏହାକୁ ସମସ୍ତେ ପସନ୍ଦ କରୁଛନ୍ତି । ପୂଜା ବଜାରରେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସାମସଙ୍ଗ ଏକ ସ୍ମାର୍ଟ ଟିଭି ଲଞ୍ଚ କରିଛି । ଅଲଟ୍ରା ସ୍ଲିମ ଡିଜାଇନ ସହିତ ମାର୍କେଟକୁ ଆଣିଛି କମ୍ପାନୀ । ତେବେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀ ଟିଭିର ଦାମ୍ ମଧ୍ୟ କମ୍ ରଖିଛି । ତେବେ କମ୍ପାନୀର କହିବା ଅନୁସାରେ, ଏହି ଟିଭି ଦେଖିବା ଦ୍ବାରା ଲୋକଙ୍କୁ ସିନେମା ହଲ ଭଳି ମଜା ଦେବ । ଏହି ଟିଭିର ନାମ କ୍ରିଷ୍ଟାଲ 4 କେ ଡାଇନାମିକ ଟିଭି(Crystal 4K Dynamic TV) ରଖାଯାଇଛି । ଏଥିରେ 4କେ ଅପସ୍କେଲିଂ, ପତଳା ଡିଜାଇନ, ସାନଦାନ କଲର ଏବଂ ଭଏସ କମାଣ୍ଡ ଭଳି ଫିଚର ରହିଛି ।

କମ୍ପାନୀ ଏହି ଟିଭିରେ 4କେ ଫିଚର ପ୍ରଦାନ କରିଛି । ଏହା ଦ୍ବାରା ଟିଭି ଦେଖୁଥିବା ବ୍ୟକ୍ତିକୁ ସୁନ୍ଦର ଏବଂ ସ୍ପଷ୍ଟ ଭାବେ ଛବି ଦେଖାଯିବ । ଏହାସହ ଏଚଡି ଏବଂ କଣ୍ଟ୍ରାଷ୍ଟ ଏନହାନ୍ସର ମଧ୍ୟ ରହିଛି । ଏହି ସ୍ମାର୍ଟ ଟିଭି ବିକ୍ସବି ଏବଂ ଆମେଜନ ଆଲେକ୍ସା ଭଳି ଭଏସ ଆସିଷ୍ଟେଣ୍ଟ ସହିତ କାମ କରିଥାଏ । ଏହା ସାହାଯ୍ୟରେ ଗ୍ରାହକ ନିଜ ଭଏସ ଦ୍ବାରା ଟିଭିକୁ ପରିଚାଳିତ କରିପାରିବେ ।  ପତଳା ଡିଜାଇନ ରହିଥିବାରୁ ଫିଟିଂରେ ମଧ୍ୟ କୌଣସି ସମସ୍ୟା ହେବ ନାହିଁ । ଅନ୍ୟପଟେ ସାଉଣ୍ଡ କ୍ବାଲିଟି ନେଇ ମଧ୍ୟ କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏଥିରେ ଓଟିଏସ ଲାଇଟ ଟେକନିକ ରହିଛି, ଏହା ଦ୍ବାରା ସାଉଣ୍ଡ ମଧ୍ୟ କ୍ଲିୟର ହେବ ।

ସାମସଙ୍ଗ ଦୁଇଟି ଆକାରର ଟିଭି ଲଞ୍ଚ କରିଛି । 43 ଇଞ୍ଚ ଏବଂ 55 ଇଞ୍ଚର ଦୁଇଟି ଟିଭି ମାର୍କେଟରେ ଲଞ୍ଚ ହୋଇଛି । 43 ଇଞ୍ଚ ଟିଭିର ଦାମ୍ 41 ହଜାର 990 ଟଙ୍କା ରହିଥିବା ବେଳେ 55 ଇଞ୍ଚ ଟିଭିର ଦାମ୍ 49 ହଜାର 990 ଟଙ୍କା ରହିଛି । ଏହି ଟିଭି କିଣିବାକୁ ହେଲେ ଆପଣ କମ୍ପାନୀର ଓ୍ବେବସାଇଟ କିମ୍ବା ଆମାଜନରୁ ମଧ୍ୟ କିଣିପାରିବେ ।

Get real time updates directly on you device, subscribe now.