fbpx

IPL-2024ରେ ଖେଳିବେ ଏମ.ଏସ ଧୋନୀ! ବଡ ବୟାନ ଦେଲେ ଚେନ୍ନାଇର ସିଇଓ

ନୂଆଦିଲ୍ଲୀ: ରବିବାର ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ । କିନ୍ତୁ ଏହି ମ୍ୟାଚ ଶେଷରେ କ୍ୟାପଟେନ କୁଲ ଧୋନୀ ଚେନ୍ନାଇର ଫ୍ୟାନ୍ସମାନଙ୍କୁ ଏକ ଭିନ୍ନ ଅନ୍ଦାଜରେ ଧନ୍ୟବାଦ ଦେଇଛନ୍ତି । ଚେନ୍ନାଇ ସୁପର କିଙ୍ଗସର କ୍ୟାପ, ବଲ୍ ଏବଂ ଜର୍ସି ମଧ୍ୟ ଉପହାର ଦେଇଛନ୍ତି ଧୋନୀବାହିନୀ । ତେବେ ଏହା ଧୋନୀଙ୍କ ଶେଷ ମ୍ୟାଚର ଇସାରା ବୋଲି ଚର୍ଚ୍ଚା ଜୋର ଧରିଛି । ତାଙ୍କ କହିବା ଅନୁସାରେ, ଚିପକ ଷ୍ଟାଡିୟମରେ ଧୋନୀ ନିଜ କ୍ୟାରିୟରର ଶେଷ ମ୍ୟାଚ ଖେଳିଲେ ବୋଲି କୁହାଯାଇଛି । ତେବେ ମାହିଙ୍କ ରିଟାୟାରକୁ ନେଇ ବଡ ବୟାନ ଦେଇଛନ୍ତି ସିଏସକେର ସିଇଓ ।

ଚେନ୍ନାଇ ସୁପର କିଙ୍ଗସର ସିଇଓ କହିଛନ୍ତି, ଏମ.ଏସ ଧୋନୀ ଆଗାମୀ ସିଜନରେ ମଧ୍ୟ ଖେଳୁଥିବାର ନଜର ଆସିବେ । ଏ ନେଇ ନିଜ ଟ୍ୱିଟରରେ ଏକ ଭିଡିଓ ଅପଲୋଡ କରିଛି ସିଏସକେ । ଏଥିରେ କୁହାଯାଇଛି ଯେ, ‘ଆମର ବିଶ୍ୱାସ ଅଛି ଯେ, ଧୋନୀ ଆଗାମୀ ଆଇପିଏଲରେ ମଧ୍ୟ ଖେଳିବେ । ତେଣୁ ପ୍ରଶଂସକମାନେ ପ୍ରତିବର୍ଷ ଭଳି ଏହିଭଳି ଭାବେ ସମର୍ଥନ କରିବେ ବୋଲି ମୁଁ ଆଶା କରୁଛି । ଏହି ସିଜନରେ ଧୋନୀ ଆହତ ସମସ୍ୟା ସହିତ ମଇଦାନକୁ ଆସିଥାନ୍ତି, ଏବଂ ମ୍ୟାଚ ପରେ ଚିକିତ୍ସା କରାଇଥାନ୍ତି । ଚଳିତବର୍ଷ ଧୋନୀ ଜଣେ ଅଦିନାୟକ ଭୂମିକାରେ ନଜର ଆସିଛନ୍ତି । ତେବେ ପ୍ରାୟ ପ୍ରତ୍ୟେକ ମ୍ୟାଚରେ ଧୋନୀ ୮ ନମ୍ବରରେ ବ୍ୟାଟିଂ କରିବାକୁ ଆସୁଛନ୍ତି, କାରଣ ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି । ଏଥିପାଇଁ କିଛିଟା ସମୟରେ ଟିମକୁ ମଧ୍ୟ ଏହାର ପରିଣାମ ଭୋଗିବାକୁ ପଡିଛି ।

ତେବେ ଧୋନୀଙ୍କ ଲୋକପ୍ରିୟତା ଏବଂ ତାଙ୍କ ପ୍ରଶଂସକ ଚାହାନ୍ତି, ସେ ଆଗାମୀ ସିଜନରେ ମଧ୍ୟ ଖେଳନ୍ତୁ । କିନ୍ତୁ ବୟସ ଏବଂ ଆଘାତ ଜନିତ ସମସ୍ୟାକୁ ନଜରରେ ରକି ଚଳିତବର୍ଷ ଦୋନୀଙ୍କର ଶେଷ ଆଇପିଏଲ ହୋଇପାରେ ବୋଲି କୁହାଯାଉଥିଲା । କିନ୍ତୁ କ୍ୟାପଟେନ କୁଲ ମାହି ଏପର୍ଯ୍ୟନ୍ତ ଅବସର ଘୋଷଣା କରି ନାହାନ୍ତି । ବରଂ ଆଗାମୀ ସିଜନରେ ପୁଣିଥରେ ଖେଳିବା ନେଇ ଅନେକ ଥର ଇସାରା ଦେଇଛନ୍ତି ଏମ.ଏସ ଧୋନୀ ।

Get real time updates directly on you device, subscribe now.