fbpx

CSKକୁ ମିଳିଲେ ଜାଡେଜାଙ୍କ ବିକଳ୍ପ: IPL-୨୦୨୨ରେ କରିଥିଲେ ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ରେ ଚେନ୍ନାଇ ସୁପର କିଙ୍ଗସକୁ ମିଳିଛି ଦମଦାର ଖେଳାଳି । ଦଳର ପୂର୍ବତନ ଅଧିନାୟକ ରବିନ୍ଦ୍ର ଜାଡେଜାଙ୍କ ବିକଳ୍ପ ଭାବରେ ସେ ଯୋଗ ଦେବେ ବୋଲି ଆଲୋଚନା ହେଉଛି । ଗତ ସିଜନରେ ଦଳକୁ ଜିତାଇବାରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଟିମ ଇଣ୍ଡିଆର ଏହି ସୁପରଷ୍ଟାର ବ୍ୟାଟ୍ସମ୍ୟାନ । ଆସନ୍ତା ସିଜନ ପାଇଁ ଗୁଜୁରାଟ ଟାଇଟନ୍ସର ହାତ ଛାଡିଛନ୍ତି ଓପନର ଶୁଭମନ ଗିଲ । ଏହାପରେ ସେ ଏବେ ଚେନ୍ନାଇ ସୁପର କିଙ୍ଗସ ତରଫରୁ ଖେଳିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ଗୁଜୁରାଟ ଟାଇଟନ୍ସ ଅଫିସିଆଲ ଆକାଉଣ୍ଟରୁ ହୋଇଥିବା ଏକ ପୋଷ୍ଟକୁ ନେଇ ଏ ସମସ୍ତ ଆଲୋଚନା ଆରମ୍ଭ ହୋଇଛି । ଏହି ଟ୍ୱିଟରେ ଶୁଭମନ ଗିଲଙ୍କୁ ଟ୍ୟାଗ କରି ଲେଖାଯାଇଥିଲା ଯେ, ଆପଣଙ୍କ ଏହି ଯାତ୍ରା ବହୁତ ସ୍ମରଣୀୟ । ଆପଣଙ୍କ ଆଗାମୀ ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭେଚ୍ଛା । ତେବେ ଏହାକୁ ଗିଲ ମଧ୍ୟ ରି-ଟ୍ୱିଟ କରିଛନ୍ତି । ଇମୋଜି ସହିତ ଫ୍ରାଞ୍ଚାଇଜିକୁ ରିପ୍ଲାଏ ଦେଇଛନ୍ତି ଶୁଭମନ ଗିଲ । ତେବେ କୋଲକାତା ନାଇଟ ରାଇଡର୍ସ ନାଁରେ ଥିବା ଏକ ଟ୍ୱିଟର ହାଣ୍ଡେଲ ଏହାର ରିପ୍ଲାଏରେ ୱେଲକମ୍ ବ୍ୟାକ ବୋଲି ଲେଖିଛି । କିନ୍ତୁ ଫ୍ରାଞ୍ଚାଇଜି ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।

ସେପଟେ ଗିଲ ଆଗାମୀ ସିଜନରେ ଚେନ୍ନାଇ ସୁପର କିଙ୍ଗସ ସହିତ ଯୋଡି ହେବାକୁ ଯାଉଛନ୍ତି ବୋଲି ଅନୁମାନ କରାଯାଉଛି । ତେବେ ଦଳର ପୂର୍ବତନ ଅଧିନାୟକ ଜାଡେଜାଙ୍କୁ ସେ ରିପ୍ଲେସ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ୨୦୨୨ ଆଇପିଏଲ୍‌ ସିଜିନ୍‌ର ୧୬ଟି ମ୍ୟାଚ୍‌ ଖେଳି ୪୮୩ ରନ୍‌ ସଂଗ୍ରହ କରିଛନ୍ତି । ଗୁଜୁରାଟର ଟାଇଟଲ ବିଜୟ ପଛରେ ଶୁଭମନ୍‌ ଗିଲ୍‌ଙ୍କୁ ବହୁତ ବଡ଼ ଯୋଗଦାନ ରହିଥିଲା ।

Get real time updates directly on you device, subscribe now.