fbpx

ପ୍ରତିଦିନ ଏତିକି କପ୍ ଚାହା ପିଇଲେ କମ୍ ହୋଇଥାଏ ଡାଇବେଟିସ୍ ଆଶଙ୍କା: ରିସର୍ଚ୍ଚରେ ସାମ୍ନାକୁ ଆସିଲା ତଥ୍ୟ

ନୂଆଦିଲ୍ଲୀ: ସାଧାରଣତଃ କୁହାଯାଏ ଯେ ଅଧିକ ଚାହା ପିଇବା ଦ୍ୱାରା ଅନେକ ପ୍ରକାର କ୍ଷତି ହୋଇଥାଏ । କିନ୍ତୁ ଏକ ତାଜା ରିସର୍ଚ୍ଚରେ ଦାବି କରାଯାଇଛି ଯେ ସୀମିତ ମାତ୍ରାରେ ଚାହା ପିଇବା ଦ୍ୱାରା ଟାଇପ୍ ୨ ଡାଇବେଟିସର ଆଶଙ୍କା କମ୍ କରାଯାଇପାରେ । ରିସର୍ଚ୍ଚରେ କୁହାଯାଛି ଯେ କଳା ଚାହା କିମ୍ବା ଗ୍ରୀନ ଚାହା ଟାଇପ୍ ୨ ଡାଇବେଟିସ୍ ର ଆଶଙ୍କାଙ୍କୁ ବହୁତ୍ କମ୍ କରିଥାଏ । ଏକ ରିପୋର୍ଟ ଅନୂଯାୟୀ ଚୀନ ବୈଜ୍ଞାନିକ ଏହା ଦାବି କରିଛନ୍ତି ଯେ ଯଦି ପ୍ରତିଦିନ ୪ କପ୍ ଚାହାର ସେବନ କରାଯାଉଛି ଯେତ ଏହାଦ୍ୱାର ୧୦ ବର୍ଷ ପର୍ଯ୍ୟନ୍ତ ଟାଇପ୍ ୨ ଡାଇବେଟିସ୍ ବିପଦ ୧୭ ପ୍ରତିଶତ କମ୍ ହୋଇପାରେ ।

ଏନେଇ ଚୀନ୍ ଉହାନ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜୀର ମୁଖ୍ୟ ଲେଖକ ଶିୟାୟିଙ୍ଗ ଲି କହିଛନ୍ତି ଯେ ରିସର୍ଚ୍ଚର ପରିଣାମ ରୋମାଞ୍ଚକ କାରଣ ଏଥିରେ ଏହା ପ୍ରମାଣିତ ହୋଇଛି ଯେ ଟାଇପ୍ ୨ ଡାଇବେଟିସ୍ ବିପଦକୁ କମ୍ କରିବା ବହୁତ ସହଜ । ପ୍ରତିଦିନ କେବଳ ୪ କପ୍ ଚାହା ପିଇବା ଦ୍ୱାର ଡାଇବେଟିସକୁ କମ୍ କରାଯାଇପାରେ । ଏହା ସହ ଅଧ୍ୟୟନରୁ ଜଣାପଡ଼ିଛି ଯେ ଡେରୀ ଉତ୍ପାଦରେ ଡାଇବେଟିସ ବିରୋଧୀ ପ୍ରଭାବ ହୋଇପାରେ । ଲି କହିଛନ୍ତି ଯେ କ୍ଷୀର ଚାହାରେ ଡାଇବେଟିସ ଉପରେ ପ୍ରଭାବ ଅଧିକ ହୋଇପାରେ । ଲି ସ୍ୱିଡେନର ଷ୍ଟକହୋମ୍ ରେ ୟୁରୋପିଆନ୍ ଆସୋସିଏସନ ଫର ଦ ଷ୍ଟଡୀ ଅଫ୍ ଡାଇବେଟିସ୍ ର ବାର୍ଷିକ ବୈଠକରେ ଏହି ଅଧ୍ୟୟନ ଉପସ୍ଥାପନ କରିବେ ।

ବୈଜ୍ଞାନିକମାନେ ଚାହା ପିଇବା ଏବଂ ମୁଧମେହ ମଧ୍ୟରେ ସମ୍ବନ୍ଧକୁ ନଇ ଜତ ୧୯ ଅଧ୍ୟ୍ରନରେ ଏକ ମେଟା-ବିଶ୍ଲେଷଣ କରିଥିଲେ । ଯେଉଁôଥରେ ଆମେରିକା, ଏସିଆ ଏବଂ ୟୁରୋପ ର ଆଠ ଦେଶରେ ପ୍ରାୟ ୧୧  ଲକ୍ଷ ବୟସ୍କଙ୍କ ଚାହା ପିଇବା ଅଭ୍ୟାସର ତଥ୍ୟର ବିଶ୍ଲେଷଣ କରାଯାଇଥିଲା । ଏଥିରେ କଳା ଚାହା, ଗ୍ରୀନ ଟି ଆଦିର ବ୍ୟବହାର ହୋଇଥିଲା ।

ଅଧ୍ୟୟନରୁ ଜଣାପଡ଼ିଥିଲା ଯେ ପ୍ରତିଦିନ ୪ କପ୍ ଚାହା ପିଉଥିବା ବ୍ୟକ୍ତିଙ୍କ ଠାରେ ଟାଇପ୍ ୨ ଡାଇବେଟିସ୍ ଆଶଙ୍କା ୧୭ ପ୍ରତିଶତ କମ୍ ହୋଇଯାଉଛି । ସେହିଭଳି ଯେଉଁମାନେ ପ୍ରତିଦିନ ଚାହା ପିଉନଥିଲେ, ଯେଉଁମାନେ ଦିନରେ ଥରେ କିମ୍ବା ଦୁଇ ତିନି ଥର ଚାହା ପିଉଥିଲେ, ତାଙ୍କଠାରେ ଡାଇବେଟିସ୍ ଆଶଙ୍କା ୪ ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇଥିଲା । ସେହିଭଳି ପ୍ରତିଦିନ ଚାରି କିମ୍ବା ଅଧିକ କପ୍ ଚାହା ପିଉଥିବା ବ୍ୟକ୍ତିଙ୍କଠାରେ ଡାଇବେଟିିସ୍ ଆଶଙ୍କା ୧୭ ପ୍ରତିଶତ କମ୍ ହେଉଛି ।

Get real time updates directly on you device, subscribe now.