fbpx

ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ କାଣ୍ଡ: MMS ଭାଇରାଲ କରିଥିବା ଅଭିଯୁକ୍ତଙ୍କୁ ଧରିଲା ପଞ୍ଜାବ ପୋଲିସ

ପଞ୍ଜାବ ମୋହାଲୀ ସ୍ଥିତ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ଏକ ବେସରକାରୀ କଲେଜ ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀଙ୍କ ଦ୍ୱାରା ଅନ୍ୟ ଛାତ୍ରୀଙ୍କ ‘ଆପତ୍ତିଜନକ’ ଭିଡିଓ କରିବା ମାମଲାରେ ହିମାଚଳ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ନିଜ ହେପାଜତକୁ ନେଇଛି । ଅଭିଯୁକ୍ତ ଯୁବକ ଶିମଲାର ରୋହଡୁରେ ଏକ ବେକରୀରେ କାମ କରୁଥିଲା । ସେପଟେ ପଞ୍ଜାବ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବା ପାଇଁ ରୋହଡ଼ୁ ପହିଞ୍ଚିଛି । କୁହାଯାଉଛି ଯେ ଅଭିଯୁକ୍ତ ଯୁବକ ଜଣକ ଭିଡିଓ କରିଥିବା ଯୁବତୀଙ୍କ ସହ ଯୋଗଯୋଗରେ ରହିଥିଲା, ଏବଂ ଯୁବତୀଙ୍କ ଜଣକ ଛାତ୍ରୀମାନଙ୍କ ଭିଡିଓ ତାଙ୍କୁ ପଠାଇଥିଲେ । ଯାହାକୁ ସେ ଭାଇରାଲ କରିଥିଲା ।

ଏହି ଘଟଣାକୁ ନେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଛାତ୍ର-ଛାତ୍ରୀଙ୍କ ବିରୋଧ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ରବିବାର ଏହାର ଯାଞ୍ଚ ଆଦେଶ ଦେଇଥିଲେ । ସେହିଭଳି ପୋଲିସ ପ୍ରାରମ୍ଭିକ ଯାଞ୍ଚ ପରେ ଅଭିଯୁକ୍ତ ଛାତ୍ରୀଙ୍କୁ ଗିରଫ କରିଥିଲା ଏବଂ ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ହିମାଚଳ ପ୍ରଦେଶରେ ଏକ ଟିମ୍ ପଠାଇଥିଲା ।

ବିଶ୍ୱବିଦ୍ୟାଳୟ ଅଧିକାରୀ ସେହି ଖବରକୁ ମିଥ୍ୟା ଏବଂ ନିରାଧର କହି ଖାରଜ କରିଥିଲେ । ଯେଉଁଥିରେ ଦାବି କରାଯାଇଥିଲା ଯେ ବିଶ୍ୱବିଦ୍ୟାଳୟର ଛାତ୍ରାବାସରେ ଅନେକ ଛାତ୍ରୀଙ୍କ ଭିଡିଓ ସାମ୍ନାକୁ ଆସିଥିଲା ଏବଂ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା ଯାହାପରେ ଅନେକ ଛାତ୍ରୀ ଏହି ଭିଡିଓ ଯୋଗୁଁ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲେ ।

Get real time updates directly on you device, subscribe now.