fbpx

ଗୁଜୁରାଟ ନୁହେଁ, ପ୍ଲେ-ଅଫରେ CSK ପ୍ରଥମ ଦଳ ଭାବେ କରିବ ଏଣ୍ଟ୍ରି! ଆଜିର ମ୍ୟାଚକୁ ଅପେକ୍ଷା

ନୂଆଦିଲ୍ଲୀ: କିଛି ସମୟ ପରେ ଚେନ୍ନାଇ-କୋଲକାତା ଭିତରେ ହେବ ପ୍ଲେଅଫର ମହାଲଢେଇ । ଉଭୟ ଦଳ ପ୍ଲେଅଫ୍ ରୁ ମାତ୍ର ଗୋଟିଏ ପାଦ ପଛରେ ରହିଥିବା ବେଳେ ଏହି ଉଭୟଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ । ତେବେ ପଏଣ୍ଟ ଟେବୁଲର ବର୍ତ୍ତମାନ ସମୀକରଣକୁ ଦେଖିଲେ, ଗୁଜୁରାଟ ୧୬ ପଏଣ୍ଟ ସହ ଶୀର୍ଷରେ ରହିଛି । ତେଣୁ ପ୍ରଥମ ଦଳ ଭାବେ ସେ ହିଁ ପ୍ଲେଅଫରେ ପହଞ୍ଚିବ ବୋଲି ଆଶା ରହିଛି । କିନ୍ତୁ ସିଏସକେ ପାଖରେ ଏହାର ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଗୁଜୁରାଟ ବଦଳରେ ପ୍ରଥମ ଦଳ ଭାବରେ ଚେନ୍ନାଇ ପ୍ଲେ-ଅଫରେ ଏଣ୍ଟ୍ରି କରିପାରେ । ଆସନ୍ତୁ ଗାଣିବା ପ୍ଲେ-ଅଫ ରାସ୍ତାର ଏହି ସମୀକରଣ ।

ପଏଣ୍ଟ ଟେବୁଲରେ ଗୁଜୁରାଟ ଟାଇଟନ୍ସ ବର୍ତ୍ତମାନ ୧୬ ପଏଣ୍ଟ ସହ ଶୀର୍ଷରେ ରହିଥିବା ବେଳେ ଚେନ୍ନାଇ ୧୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଆଜି କୋଲକାତା ବିପକ୍ଷରେ ଯଦି ଆଜି ଚେନ୍ନାଇ ବିଜୟ ହାସଲ କରେ, ତେବେ ଦଳ ୧୭ ପଏଣ୍ଟରେ ପହଞ୍ଚିଯିବ । କାରଣ ଲକ୍ଷେ୍ନø ବିପକ୍ଷ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିବାରୁ ଉଭୟ ଦଳକୁ ୧-୧ ପଏଣ୍ଟ ମିଳିଥିଲା । ଏହା ବ୍ୟତୀତ ୭ଟି ମ୍ୟାଚରେ ବିଜୟରେ ୧୪ ପଏଣ୍ଟ ହାସଲ କରିଛି ଧୋନିବାହିନୀ । ତେବେ ଗୁଜୁରାଟ ପାଖରେ ୧୬ ପଏଣ୍ଟ ଥିବା ବେଳେ ଚେନ୍ନାଇକୁ ଅଧିକ ୧ ପଏଣ୍ଟ ପ୍ରାପ୍ତ ହୋଇପାରିବ । ଅର୍ଥାତ୍ ଗୁଜୁରାଟ ପୂର୍ବରୁ ଚେନ୍ନାଇ ପ୍ରଥମ ଦଳ ଭାବେ ପ୍ଲେଅଫରେ ପହଞ୍ଚିପାରିବ । ସେହିପରି କୋଲକାତା ପାଖରେ ୫ ଟି ବିଜୟ ସହ ମାତ୍ର ୧୦ ପଏଣ୍ଟ ରହିଛି । ଆଜି ମ୍ୟାଚରେ ବିଜୟୀ ହେଲେ ଦଳର ପ୍ଲେଅଫ ଆଶା ଜୀବିତ ରହିପାରେ । ଯଦି ଉଭୟ ମ୍ୟାଚରେ କୋଲକାତା ବିଜୟୀ ହୁଏ, ତେବେ ପ୍ଲେଅଫ ପାଇଁ ଉତ୍ତୀର୍ଣ୍ଣ ହେବା ସମ୍ଭବ ହୋଇପାରେ ।

ତେବେ ଗୁଜୁରାଟ ଏବଂ ଏବଂ ଚେନ୍ନାଇ ପରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷେ୍ନø ସୁପର ଜିଆଣ୍ଟସ ମଧ୍ୟ ପ୍ଲେଅଫ ଦୌଡରେ ଖୁବ ଆଗରେ ରହିଛନ୍ତି । କିନ୍ତୁ ୧୭ ପଏଣ୍ଟ ହାସଲ କରିବାକୁ ହେଲେ, ଏହି ଦଳ ଗୁଡିକୁ ବାକି ସମସ୍ତ ମ୍ୟାଚ ଜିତିବାକୁ ପଡିବ । ସେହିପରି ରାଜସ୍ଥାନ ରୋୟଲ୍ସ, ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗସ ବାକିତକ ମ୍ୟାଚରେ ବିଜୟୀ ହେଲେ ୧୬ ଅଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରିବେ, ଯାହା ତାଙ୍କୁ ପ୍ଲେଅଫରେ ଖେଳିବାର ସୁଯୋଗ ଦେବ । ତେବେ ଏଥିପାଇଁ ନେଟ୍ ରନ ରେଟ ଏକ ବଡ ଫ୍ୟାକ୍ଟର ହୋଇପାରେ ।

Get real time updates directly on you device, subscribe now.