fbpx

CTET Exam 2024: ପୁଣି ବଦଳିଲା CTET ପରୀକ୍ଷା ତାରିଖ, ଏହି ଦିନ ହେବ Exam

ନୂଆଦିଲ୍ଲୀ: ପୁଣିଥରେ ବଦଳିଲା CTET ପରୀକ୍ଷା ତାରିଖ ।  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(CBSE)  ପୁଣିଥରେ ତାରିଖରେ ପରିବର୍ତ୍ତନ କରିଛି । ଡିସେମ୍ବରରେ ହେବାକୁ ଥିବା ପରୀକ୍ଷରେ ସଂଶୋଧନ କରିଛି । ବର୍ତ୍ତମାନ ଏହି ପରୀକ୍ଷା ଡିସେମ୍ବର 14 ତାରିଖରେ ହେବ । ସମ୍ପୁର୍ଣ୍ଣ ବିବରଣୀ ଜାଣିବାକୁ ହେଲେ ctet.nic.in ଓ୍ବେବସାଇଟରେ ଦେଖିପାରିବେ ।

ଡିସେମ୍ବର 14 ତାରିଖରେ ସିଟିଇଟି ପରୀକ୍ଷା ହେବାକୁ ଥିବା ବେଳେ ଯଦି କୌଣସି ସହରରେ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ଥିବେ, ତେବେ ପରୀକ୍ଷା 15 ତାରିଖରେ ମଧ୍ୟ ଆୟୋଜନ କରାଯିବ । ପୂର୍ବରୁ ପରୀକ୍ଷା ତାରିଖ ଡିସେମ୍ବର1 ତାରିଖ କରାଯାଇଥିବା ବେଳେ ପରେ ପୁଣି 15 ତାରିଖକୁ ପରିବର୍ତ୍ତନ କରାଯାଇଥିଲା । ବର୍ତ୍ତମାନ ପୁଣିଥରେ ତାରିଖ ପରିବର୍ତ୍ତନ କରାଯାଇ 14 ତାରିଖ କରାଯାଇଛି । ଆବେଦନ ପ୍ରକ୍ରିୟା ଜାରି ରହିଥିବା ବେଳେ ଅକ୍ଟୋବର 16 ଶେଷ ତାରିଖ ରହିଛି । ସିଫ୍ଟ ଅନୁସାରେ ପରୀକ୍ଷା ହେବ । ପ୍ରଥମ ସିଫ୍ଟ ସକାଳ 9ଟା 30ରୁ 12 ଏବଂ ଦ୍ବିତୀୟ ସିଫ୍ଟ 2ଟା 30ରୁ 5 ଯାଏଁ ହେବ । ସାଧାରଣ ବର୍ଗଙ୍କ ପାଇଁ ଆବେଦନ ଶୁଳ୍କ ୧୦୦୦ଟଙ୍କା ଏବଂ ଦୁଇଟି ପେପର ପାଇଁ ୧୨୦୦ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ଏବଂ ଦୁଇଟି ପେପର ପାଇଁ ୬୦୦ ଟଙ୍କା ରହିଛି ।

Get real time updates directly on you device, subscribe now.