fbpx

CUET PG 2023 ପରୀକ୍ଷା: ତାରିଖ ଘୋଷଣା କଲା NTA

Advertisement

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଗାମୀ ଶିକ୍ଷାବର୍ଷ ପାଇଁ ଜୁନ୍ ୧ ରୁ ୧୦ ଜୁନ୍ ୨୦୨୩ ପର୍ଯ୍ୟନ୍ତ ପୋଷ୍ଟ ଗ୍ରାଜୁଏଟ୍ ପାଠ୍ୟକ୍ରମ ପାଇଁ ସାଧାରଣ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା କରିବ । ଯେଉଁଥି ପାଇଁ ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୨୦୨୩ ମଧ୍ୟଭାଗରେ ଆରମ୍ଭ ହେବ । ଚଳିତ ବର୍ଷ ସିୟୁଇଟି-ପିଜି ମାଧ୍ୟମରେ ପୋଷ୍ଟ ଗ୍ରାଜୁଏସନରେ ଆଡମିଶନ ପାଇଁ ୩୦ ରୁ ଅଧିକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ ।

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଚେୟାରମାନ ଏମ ଜଗଡେଶ କୁମାର ବୁଧବାର କହିଛନ୍ତି ଯେ, ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ମାର୍ଚ୍ଚ ମଧ୍ୟଭାଗରୁ ଆରମ୍ଭ ହେବ । ୟୁଜିସି ଚେୟାରମ୍ୟାନ୍ ଆହୁରି ମଧ୍ୟ କହିଛନ୍ତି ଯେ ସିୟୁଇଟି-ପିଜି ସ୍କୋର ବ୍ୟବହାର କରି ଛାତ୍ରମାନେ ଅନେକ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର କାର୍ଯ୍ୟକ୍ରମରେ ଆଡମିଶନ କରିପାରିବେ । ଏହା ଛାତ୍ରମାନଙ୍କ ପାଇଁ ଏକ ଭଲ ସୁଯୋଗ ହେବ । ସେ କହିଛନ୍ତି ଯେ ଏହା ସିୟୁଇଟି-ପିଜି ର ଦ୍ୱିତୀୟ ସଂସ୍କରଣ ହେବ ।

ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଡମିଶନ ପାଇଁ ସିୟୁଇଟି ମେ ୨୧ ରୁ ମେ ୩୧, ୨୦୨୩ ପର୍ଯ୍ୟନ୍ତ କରାଯିବ । ଚଳିତ ବର୍ଷ ୯୦ ରୁ ଅଧିକ ବିଶ୍ୱବିଦ୍ୟାଳୟ ସିୟୁଇଟି-ୟୁଜିରେ ସାମିଲ ହୋଇଥିଲେ । ସିୟୁଇଟି-ପିଜି ପରୀକ୍ଷା ପାଇଁ ଫଳାଫଳ ଜୁଲାଇ ୨୦୨୩ ର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ । ସିୟୁଇଟି-ୟୁଜି ର ଫଳାଫଳ ମଧ୍ୟ ଜୁନ୍ ୨୦୨୩ ର ତୃତୀୟ ସପ୍ତାହରେ ପ୍ରକାଶ ପାଇବ ।

ସେହିପରି ପ୍ରମୁଖ ପ୍ରବେଶିକା ପରୀକ୍ଷା ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ଏକ ଆଡଭାନ୍ସ କ୍ୟାଲେଣ୍ଡର ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଇଞ୍ଜିନିୟରିଂ ଆଡମିଶନ ପାଇଁ ମିଳିତ ପ୍ରବେଶିକା ପରୀକ୍ଷା (ମୁଖ୍ୟ) ର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୪ ରୁ ୩୧ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୬ ରୁ ୧୨ ଏପ୍ରିଲ ମଧ୍ୟରେ ଅନୁଷ୍ଠିତ ହେବ । ଏହା ବ୍ୟତୀତ ମେଡିକାଲ ଆଡମିଶନ ପାଇଁ ଜାତୀୟ ଯୋଗ୍ୟତା ପ୍ରବେଶ ପରୀକ୍ଷା (ଏନଇଇଟି) ଆସନ୍ତା ୭ ତାରିଖରୁ କରାଯିବ ।

Get real time updates directly on you device, subscribe now.