fbpx

ଘୋଷଣା ହେଲା CUET UG ରେଜଲ୍ଟ, ଜାଣନ୍ତୁ ଛାତ୍ରଛାତ୍ରୀଙ୍କୁ କିପରି ଆଡମିସନ ମିଳିବ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ କମନ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି) ୟୁଜି ରେଜଲ୍ଟ ଜାରି କରାଯାଇଛି । ଛାତ୍ରଛାତ୍ରୀମାନେ ସିୟୁଇଟିର ଅଫିସିଆଲ ୱେବସାଇଟ cuet.samarth.ac.inକୁ ଯାଇ ନିଜ ନିଜର ସ୍କୋରକାର୍ଡ ଚେକ୍ କରିବା ସହ ଡାଉନଲୋଡ୍ କରିପାରିବେ ।

ଛାତ୍ରଛାତ୍ରୀମାନେ ଅଣ୍ଡରଗ୍ରାଜୁଏଟ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଏହି ପ୍ରବେଶିକା ପରୀକ୍ଷା ଦେଇଥିଲେ । ରେଜଲ୍ଟ ଘୋଷଣା ହେବା ପରେ ଏବେ ୟୁନିଭରସିଟି ପକ୍ଷରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ କରାଯିବ । ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଅଣ୍ଡରଗ୍ରାଜୁଏଟ ପ୍ରୋଗ୍ରାମ ନୂଆ ଶିକ୍ଷାବର୍ଷର ଅକ୍ଟୋବର ମାସ ଅନ୍ତିମ ସପ୍ତାହ ବା ନଭେମ୍ବର ପୂର୍ବରୁ ଆରମ୍ଭ ହୋଇପାରେ ।

ଅମ୍ବେଦକର ବିଶ୍ୱବିଦ୍ୟାଳୟ ସମେତ କିଛି ଶିକ୍ଷାନୁଷ୍ଠାନ ନିଜର ଅଣ୍ଡରଗ୍ରାଜୁଏଟ କୋର୍ସ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ପ୍ରତ୍ୟେକ ୟୁନିଭରସିଟି ନାମଲେଖା ପ୍ରଣାଳୀ, ଯୋଗ୍ୟତା, ମେରିଟ ଲିଷ୍ଟ, ମେଡିକାଲ ଫିଟନେସ, ଡକ୍ୟୁମେଣ୍ଟ ଭେରିଫିକେସନ ଆଦି ଡିଟେଲ୍ସ ଜାରି କରିବେ । ଏହା ମେରିଟ ଲିଷ୍ଟ ସ୍କୋର, ଚଏସ, କୋର୍ସ ଓ ପ୍ରିଫରେନ୍ସ ଆଧାରରେ କରାଯିବ । ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସିଟ୍ ସଂଖ୍ୟା, କୋର୍ସ ଓ ସିୟୁଇଟିରେ ପ୍ରାର୍ଥୀଙ୍କ ପ୍ରଦର୍ଶନକୁ ଆଧାର କରି ଅଲଗା ଅଲଗା ଅନଲାଇନ କଟ୍ ଅଫ୍ ଜାରି କରିବେ । ଏନଟିଏ ପକ୍ଷରୁ କୌଣସି ମେରିଟ୍ ଲିଷ୍ଟ ଜାରି କରାଯିବ ନାହିଁ ।

Get real time updates directly on you device, subscribe now.