fbpx

ଧାମନଗର ଗୋଷ୍ଠୀ ସଂଘର୍ଷ ଘଟଣାରେ ଲାଗୁହେଲା କର୍ଫ୍ୟୁ!; ଏକତ୍ରିତ-ଶୋଭାଯାତ୍ରା ଉପରେ କଟକଣା

ଭଦ୍ରକ: (ଓଡ଼ିଶା ଭାସ୍କର) ଧାମନଗର ଗୋଷ୍ଠୀ ସଂଘର୍ଷ ଘଟଣାରେ ଲାଗୁହେଲା କଟକଣା (BNSS ୧୬୩) । ୨୧ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ବଳବତ୍ତର ରହିବ BNSS ୧୬C । ୧ କି.ମି ପରିସର ମଧ୍ୟରେ ଏକତ୍ରିତ ଓ ଶୋଭାଯାତ୍ରା ଉପରେ ଲାଗିଲା କଟକଣା । ଧୁସୁରୀ ଥାନା ବୟାଙ୍ଗଡିହ ପଞ୍ଚାୟତ ଗୋଡ଼ିପୋଖରୀରେ ପତକା ଉପଡ଼ାକୁ କେନ୍ଦ୍ରକରି ଉତ୍ତେଜନା ଦେଖାଦେଇଥିଲା । ଯାହାକୁ ନେଇ ୩ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତ୍ୱର ଆହତ ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି ।

ସୁଚନା ମୁତାବକ ମହମ୍ମଦଙ୍କ ଜୟନ୍ତୀରେ ବୟାଙ୍ଗଡିହ ଅରୁଣ ବଜାରରେ ୧୬ଟି ପତାକା ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତି ରାସ୍ତା କଡ଼ରେ ଲଗାଇଥିଲେ। ତେବେ ଗତ କାଲି ରାତିରେ କୌଣସି ଦୁର୍ବୃତ୍ତ ଏହି ପତାକାକୁ ଉପାଡ଼ି ଫିଙ୍ଗିଦେଇଥିଲେ। ଯାହାକୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟର ଅସନ୍ତୋଷ ପ୍ରକାଶ କରିବା ସହ ଧୁସୂରୀ ଥାନାରେ ଅଭିଯୋଗ କରିଥିଲେ । ଖବର ପୋଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲେ। ପରେ ଏହି ରାଗରେ କିଛି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ସ୍ଥାନୀୟ ୪ଜଣ ଦୋକାନୀଙ୍କୁ ଆକ୍ରଣ କରି ରକ୍ତାତ କରିଦେଇଥିଲେ ।

ଏଥିରେ ଭଟସାହିର ସୁଶାନ୍ତ ବେହେରା ସିବିୟର ଗୁରୁତ୍ୱର ହୋଇ କଟକ ସ୍ଥାନାନ୍ତରିତ ହୋଇଥିବା ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ଅଞ୍ଚଳରେ ୧୪୪ ଲାଗୁକରାଜାଥିଲା । ଘଟଣାକୁ ଗୁରୁତ୍ୱ ନେଇ ପ୍ରଶାସନ ପକ୍ଷରୁ ଗୋଟାଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆଜି ଏହି ଘରଣାରେ କଟକଣା ଲାଗୁ କରାଯାଇଛି ।

Get real time updates directly on you device, subscribe now.