fbpx
BJD SKY
BJD SKY

ୟୁ-ଟ୍ୟୁବରଙ୍କୁ କଟକ ଡିସିପି ପିନାକ ମିଶ୍ରଙ୍କ ଚେତାବନୀ

BJD

କଟକ: ଓଡ଼ିଆ ୟୁ-ଟ୍ୟୁବରମାନେ କୌଣସି ଧର୍ମ, ଜାତି ଓ ଅନୁଷ୍ଠାନକୁ ଆକ୍ଷେପ କରି ଯଦି କୌଣସି ଆପତ୍ତିଜନକ ବିଷୟ ଅପ୍‍ଲୋଡ କରନ୍ତି ତେବେ ପୋଲିସ ନିଜଆଡୁ ମାମଲା ଦାୟର କରି ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବ ବୋଲି କଟକ ଡିସିପି ପିନାକ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ୟୁ- ଟ୍ୟୁବରମାନେ ସୀମା ଭିତରେ ରହି ଭିଡ଼ିଓ ଓ ଅଡ଼ିଓ ଅପ୍‍ଲୋଡ କରିବାକୁ ଡିସିପି ଶ୍ରୀ ମିଶ୍ର ସେମାନଙ୍କୁ ଅନୁରୋଧ କରିଛନ୍ତି । ଏସବୁରୁ ଦୂରେଇ ରହିବାକୁ କମିଶନରେଟ୍‍ ପୋଲିସ ନିଜସ୍ୱ ୱେବ୍‍ସାଇଟ୍‍ ମାଧ୍ୟମରେ ସଚେତନତା ସୃଷ୍ଟି କରୁଛି ।

ପୂର୍ବରୁ ସାଇବର ପୋଲିସ ସଚେତନତା ରଥ ମାଧ୍ୟମରେ ଏ ସମ୍ପର୍କରେ ସବିଶେଷ ବାର୍ତ୍ତା ସମସ୍ତଙ୍କୁ ପ୍ରଦାନ କରିଥିଲା । ରାଜଧାନୀ ଉପଖଣ୍ଡ ଅନ୍ତର୍ଗତ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ-୨୦୨୪ ନିମନ୍ତେ ମତଦାତା ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏହି ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି ରଥ ଆସନ୍ତା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ସମସ୍ତ ୫ଟି ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକାରେ ନାମ ପଞ୍ଜିକରଣ କିମ୍ବା ସଂଶୋଧନ ନିମନ୍ତେ ସଚେତନତା ସୃଷ୍ଟି କରିବ।

Get real time updates directly on you device, subscribe now.