fbpx

ମାଞ୍ଜା ଲାଗି ଯୁବକଙ୍କ ମୃତ୍ୟୁ: ଯାଞ୍ଚ ପାଇଁ CMCର ନିର୍ଦ୍ଦେଶ

କଟକ(ଓଡ଼ିଶା ଭାସ୍କର): କଟକ ଜଗତପୁରରେ ମାଞ୍ଜା ସୂତା ଲାଗି ଜଣେ ଯୁବକଙ୍କ ମୃତ୍ୟୁ ପରେ ପୋଲିସର ତନାଘନା ଆରମ୍ଭ ହୋଇଛି । କମିଶନରେଟ୍ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ମାଞ୍ଜାସୂତା ରଖିଥିବା ଅଭିଯୋଗରେ ଜଗତପୁରର ଜଣେ ବ୍ୟବସାୟୀଙ୍କୁ ଅଟକ ରଖାଯାଇଛି । ମାଞ୍ଜା ସୂତା ତିଆରି କରୁଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କଟକ ଡିସିପି ପ୍ରତୀକ ସିଂ । ସେ କହିଛନ୍ତି ଯେ, ‘କଟକର ବିଭିନ୍ନ ଜାଗାରେ ସ୍ୱତନ୍ତ୍ର ଡ୍ରାଇଭ କରାଯାଉଛି । ଗତକାଲିର ଘଟଣାରେ ଅଭିଯୁକ୍ତକୁ ଗିରଫ କରିବାକୁ ଚଢ଼ାଉ ଜାରି ରହିଛି ।’

ଅନ୍ୟପଟେ ମାଞ୍ଜା ସୂତା ଲାଗି ଯୁବକଙ୍କ ମୃତ୍ୟୁ ପରେ ସିଏମସି ତତ୍ପରତା ଦେଖାଇଛି । ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଦ୍ୱାରା ବିଭିନ୍ନ ସ୍ଥାନରେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାଞ୍ଜା ସୂତାର ବ୍ୟବହାର ଓ ବିକ୍ରି ନେଇ ଯାଞ୍ଚ ହେବ । ଏନେଇ କଟକ ମହାନଗର ନିଗମ ଡେପୁଟି କମିଶନର ସୂଚନା ଦେଇଛନ୍ତି ।

ତେବେ ମାଞ୍ଜା ସୂତା ଲାଗି କାଲି ଗୋଟିଏ ଦିନରେ ୨ଟି ବଡ଼ ଅଘଟଣ ଘଟିଥିଲା । ଦିନରେ କଟକରେ ଜଣଙ୍କର ମୃତ୍ୟୁ ପରେ ରାତିରେ ପୁରୀରେ ଜଣେ ଗୁରୁତର ହୋଇଥିଲେ । ପୁରୀ ବଡ଼ଦାଣ୍ଡରେ ଗାଡ଼ି ସୂତା ଲାଗି ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.