fbpx
BSKY
BJD MC SKY
BJD MS SKY

ବଢ଼ୁଛି ଓମିକ୍ରନ, ଓଡ଼ିଶାରେ ଲାଗୁ ହେବ କି ଲକଡାଉନ୍: ଏନେଇ କ’ଣ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମଗ୍ର ଦେଶରେ ବର୍ତ୍ତମାନ ଓମିକ୍ରନ ଭାରିଆଣ୍ଟ ଦ୍ରୁତଗତିରେ ମାଡ଼ି ଚାଲିଛି । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହ ଟପିଥିବା ବେଳେ ରାଜ୍ୟରେ ୮ରେ ପହଞ୍ଚିଛି । ପୂର୍ବରୁ ରାଜ୍ୟବାସୀ କରୋନାର ଭୟଙ୍କର କହରକୁ ଅଙ୍ଗେ ନିଭେଇ ସାରିଥିବା ବେଳେ କେଉଁ ସମୟରେ ରାଜ୍ୟ ସରକାର କଟକଣା ଲାଗୁ କରିବେ ସେନେଇ କିଛି କହି ହେବ ନାହିଁ ।

ତେବେ ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସଂକ୍ରମଣ ସ୍ଥିତି ଭଲ ଅଛି । କେନ୍ଦ୍ର ସରକାରଙ୍କ ନିୟମାନୁଯାୟୀ, ଟେଷ୍ଟ ପଜିଟିଭ୍ ହାର ୧୦ ପ୍ରତିଶତ ଉପରେ ରହିଲେ ମେଡିକାଲକୁ ଯିବାକୁ ପଡ଼ିପାରେ । ବର୍ତ୍ତମାନ ନାଇଟ୍ କର୍ଫ୍ୟୁ ଓ ଲକଡାଉନ ଭଳି କଟକଣାର ଆବଶ୍ୟକ ନାହିଁ । ରାଜ୍ୟରେ ସଂକ୍ରମଣ ବଢ଼ିଲେ ଲକଡାଉନ ଲାଗୁ ହୋଇପାରେ । ବିଦେଶରୁ ରାଜ୍ୟକୁ ଫେରିଥିବା ଯାତ୍ରୀଙ୍କ ମଧ୍ୟରୁ ୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୮ ଜଣ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ତେବେ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମର ଜଣେ ୯ ବର୍ଷର ଶିଶୁ ରହିଥିବା ବେଳେ ଏବେ ସେ ସୁସ୍ଥ ହୋଇ ଘରକୁ ଫେରିଥିବା ଶ୍ରୀ ମିଶ୍ର କହିଛନ୍ତି । ସେହିପରି ରାଜ୍ୟର ପରିସ୍ଥିତିକୁ ଦୃଷ୍ଟିରେ ରଖି ଟିକାକରଣକୁ ଗୁରୁତ୍ୱ ଦେଇ ଆସନ୍ତା ଜାନୁଆରୀ ୩ ତାରିଖରୁ ରାଜ୍ୟରେ ୧୫ରୁ ୧୮ ବର୍ଷ ବର୍ଗର ପିଲାଙ୍କୁ ଭ୍ୟାକ୍ସିନ ଦିଆଯିବ । ଟିକା ପାଇଁ ପିଲାମାନଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

Get real time updates directly on you device, subscribe now.