fbpx

କଟକର ସୁପର ମାର୍କେଟ ସିଲ୍

କଟକ, ୨୫ ।୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କୋଭିଡ କଟକଣାକୁ କଡାକଡି କରିଛି ପ୍ରଶାସନ । ଏହାରି ମଧ୍ୟରେ କୋଭିଡ ନିୟମ ଖିଲାପି କରିବାରୁ କଟକରେ ସୁପର ମାକେର୍ଟ ସିଲ୍ ହୋଇଛି । ହିନ୍ଦ୍ ସିନେମା ହଲ ସୁପର ମାର୍କେଟ ସିଲ୍ କରିଛି କରିଛି ସିଏମସି । କୋଭିଡ ସଂକ୍ରମଣ ବ୍ୟାପୁଥିବାରୁ ସହରରେ କଡାକଡି ଯାଞ୍ଚ ଚାଲିଛି । ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଛି ସିଏମସି ଓ ପୋଲିସ ।

ତେବେ ରାଜ୍ୟରେ ଗତ ୨୪ ଘଣ୍ଟାରେ ପୁଣି ୨୧୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୧୪ ପଜିଟିଭ ମଧ୍ୟରୁ ସଙ୍ଗରୋଧରୁ ୧୨୬ ଓ ସ୍ଥାନୀୟ ଅଞ୍ଚଳରୁ ୮୮ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୪୬୦ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୬ ହଜାର ୩୩୭ରହିଥିବା ବେଳେ ୧୧୫୧ ଜଣ ଚିକିତ୍ସିତ ହେଉଛନ୍ତି ।

ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୨୭, ବଲାଙ୍ଗିର ଓ କଟକରୁ ୨୦ ଲେଖାଏଁ, ବରଗଡରୁ ୧୩ ଓ ବାଲେଶ୍ୱରରୁ ୧୧, ଢେଙ୍କାନାଳ, କୋରାପୁଟ, ସମ୍ବଲପୁରରୁ ୧୦ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛିନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.