fbpx

ରାଜଧାନୀରେ ସାଇବର କ୍ରାଇମ୍ ବୃଦ୍ଧି: ଗୋଟିଏ ମାସରେ ୫୨ ଲକ୍ଷ ହଡ଼ପ

ଭୁବନେଶ୍ୱର, ୧୦ା୨ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ସାଇବର ଠକମାନେ ଦିନକୁ ଦିନ ପ୍ରାଧାନ୍ୟ ବିସ୍ତାର କରି ଚାଲିଛନ୍ତି । ଭୁବନେଶ୍ୱର ସହିତ ରାଜ୍ୟରେ ମଧ୍ୟ ଅନଲାଇନ ଠକେଇ ଦିନକୁ ଦିନ ବଢ଼ି ଚାଲିଛି । କେବଳ ମାସକ ମଧ୍ୟରେ ରାଜଧାନୀରୁ ୫୨ ଲକ୍ଷରୁ ଅଧିକ ଟଙ୍କା ଚଳୁ କରିଛନ୍ତି ସାଇବର ଠକ । ସାଇବର ହେଲପ ଡେସ୍କର ମାସିକ ରିପୋର୍ଟ ସମୀକ୍ଷା ଅବସରରେ ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

ମାସକ ମଧ୍ୟରେ ୧୨୦୭ ଜଣଙ୍କ ଆକାଉଣ୍ଟରୁ ୧.୪ କୋଟି ଲୁଟ ହୋଇଛି । ସାଇବର ଡେସ୍କକୁ ମାସକରେ ୧୨୦୭ ଫୋନ କଲ ଆସିଥିବା ବେଳେ କେବଳ ଭୁବନେଶ୍ୱରରୁ ୩୬୮ଟି କଲ ଆସିଛି । ତେବେ ମାତ୍ର ୭ ଲକ୍ଷ ଟଙ୍କା ଫେରାଇ ଆଣି ଅଭିଯୋଗକାରୀଙ୍କୁ ପ୍ରଦାନ କରିବାରେ ସକ୍ଷମ ହୋଇଛି କମିଶନରେଟ ପୋଲିସ ।

Get real time updates directly on you device, subscribe now.