fbpx

ସାଧାରଣ ଲୋକଙ୍କ କଥା ଛାଡ଼: ଅଭିନେତ୍ରୀ ନଗମାଙ୍କଠାରୁ ୧ ଲକ୍ଷ ଲୁଟିନେଲେ ସାଇବର ଠବ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାଇବର ଫ୍ରଡ ଏବ ବଡ଼ ବିପଦ ଭାବେ ଉଭା ହୋଇଛି । ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ଉଚ୍ଚ ଶ୍ରେଣୀର ଶିକ୍ଷିତ ଲୋକଙ୍କୁ ସାଇବର ଲୁଟେରାମାନେ ବୋକା ବନାଇ ଦେଉଛନ୍ତି । ତେବେ ଆଜି ସାଇବର ଠକମାନେ ଜଣେ ଅଭିନେତ୍ରୀ ତଥା ରାଜନେତ୍ରୀଙ୍କୁ ଚୁନା ଲଗାଇଛନ୍ତି । ଏହି ଘଟଣାଟି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି ।

ସୂଚନା ମୁତାବକ, ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ନଗମା ମୋରାରଜୀଙ୍କ ଠାରୁ ସାଇବର ଫ୍ରଡମାନେ ପାଖାପାଖି ୧ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଏନେଇ ଅଭିନେତ୍ରୀ ଉକ୍ତ ଅଜ୍ଞାତ ଦୁର୍ବୃତ୍ତ ବିରୋଧରେ ଅଭିଯୋଗ ଦାୟର କରିଥିବା ବେଳେ ମୁମ୍ବାଇର ବାନ୍ଦ୍ରା ପୋଲିସ ଘଟଣାର ତଦନ୍ତ ଚଳାଇଛନ୍ତି । ତେବେ ଗତ ଫେବୃଆରୀ ମାସ ୨୮ ତାରିଖରେ ଏହି ଏଫଆଇଆର ଦାୟର ହୋଇଥିବା ଜଣାପଡ଼ିଛି ।

ପୋଲିସ ମୁତାବକ, ଗତ ୨୮ ତାରିଖ ରାତି ପାଖାପାଖି ୧୦.୩୦ରେ ନଗମାଙ୍କ ନିକଟକୁ ଦୁଇଟି ମୋବାଇଲରୁ ଦୁଇଟି ମେସେଜ୍ ଆସିଥିଲା । ପାନ କାର୍ଡ ତଥ୍ୟ ଅନଲାଇନରେ ନ ଦେଲେ ନେଟ ବ୍ୟାଙ୍କିଂ ଆକାଉଣ୍ଟ ବ୍ଲକ ହୋଇଯିବ ବୋଲି ଉକ୍ତ ମେସେଜରେ ଉଲ୍ଲେଖ ରହିଥିଲା । ଉକ୍ତ ମେସେଜରେ ଏକ ଲିଙ୍କ ରହିଥିଲା । ନଗମା ଉକ୍ତ ଲିଙ୍କ ଉପରେ କ୍ଲିକ କରି ନିଜର ପ୍ୟାନ କାର୍ଡ ତଥ୍ୟ ଦେବା ପରେ ତାଙ୍କର ମୋବାଇଲକୁ ଏକ ଓଟିପି ଆସିଥିଲା । ସେ ଓଟିପିକୁ ଭରିବା ପରେ ଟ୍ରାଞ୍ଜାକସନ ଆଲର୍ଟ ଆସିଥିଲା । ଏହାପରେ ତାଙ୍କ ସହ ସାଇବର ଫ୍ରଡ ହୋଇଥିବା ସେ ଜାଣିପାରିଥିଲେ ଓ ତାଙ୍କ ଆକାଉଣ୍ଟରୁ ପାଖାପାଖି ୧ ଲକ୍ଷ ଟଙ୍କା କଟିଯାଇଥିଲା ।

Get real time updates directly on you device, subscribe now.