fbpx

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦ ବଜେଟ୍‍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ: ସଂସଦ ବଜେଟ୍‍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି । ଆସନ୍ତା ମାସ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପର୍ଯ୍ୟାୟ ଅଧିବେଶନରେ ୧୭ଟି କାର୍ଯ୍ୟକାରୀ ଦିବସ ରହିଛି । ଏହାର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟାରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ସର୍ବଦଳୀୟ ବୈଠକ ଡାକିଛନ୍ତି । ସଂସଦକୁ ସୁରୁଖୁରରେ ପରିଚାଳନା ନେଇ ଶ୍ରୀ ଧନଖଡ ସବୁ ରାଜନୈତିକ ଦଳର ନେତୃମଣ୍ଡଳୀ ସହ ଏହି ବୈଠକରେ ଆଲୋଚନା କରିବେ ।

ସୂଚନାଯୋଗ୍ୟ, ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟ ଗତ ଜାନୁୟାରୀ ୩୧ ତାରିଖରେ ଆରମ୍ଭ ହୋଇ ଗତମାସ ୧୩ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ସଂସଦର ବଜେଟ୍ ଅଧିବେଶନ ଗତ ଜାନୁଆରୀ ୩୧ରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଂସଦର ଉଭୟ ଗୃହର ମିଳିତ ବୈଠକକୁ ସମ୍ବୋଧିତ କରି ଆରମ୍ଭ ହୋଇଥିଲା। ସଂସଦ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିଥିଲା। ଏହି ଅବଧିରେ ସମୁଦାୟ ୧୦ଟି କାର୍ଯ୍ୟ ଦିବସ ରହିଥିଲା। ପ୍ରଥମ ଭାଗରେ ପର୍ଯ୍ୟାୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଏବଂ କେନ୍ଦ୍ର ବଜେଟ୍ ୨୦୨୩-୨୪ ଉପରେ ଆଲୋଚନା କରାଯାଇଥିଲା।

Get real time updates directly on you device, subscribe now.