fbpx
BJD SKY
BJD SKY

ମଣ୍ଟୁ ଛୁରିଆଙ୍କୁ ଚକମା ଦେଲେ ସାଇବର ଫ୍ରଡ: ଅଭିଯୁକ୍ତ ମଣ୍ଟୁଙ୍କ ନାଁରେ ଯୁବତୀଙ୍କ ସହ ଚାଟିଂ କରୁଥିଲା, ପବ୍ ଜି ଖେଳୁଥିଲା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ସାଇବର ଠକଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ଗରିବ, ଧନୀ, ଶିକ୍ଷିତ, ଅଶିକ୍ଷିତ କାହାକୁ ଛାଡ଼ୁନାହାନ୍ତି ଏହି ଅଦୃଶ୍ୟ ଠକମାନେ । ଗତ ଫେବୃଆରୀ ମାସରେ ଏହି ଅଦୃଶ୍ୟ ଠକମାନେ ଜନସାଧାରଣଙ୍କୁ ପାଖାପାଖି ୧.୫ କୋଟି ଟଙ୍କାର ଚୁନା ଲଗାଇଛନ୍ତି । ସାଇବର ଫ୍ରଡଙ୍କ ବିରୋଧରେ ୟୁପିଆଇ, କ୍ରେଡିଟ / ଡେବିଟ୍ କାର୍ଡ, ସୋସିଆଲ ମିଡ଼ିଆ ମାଧ୍ୟମରେ ଏକାଧିକ ଠକେଇ ହୋଇଥିବା ଜଣାପଡ଼ିଛି । ତେବେ ଗତ ଦୁଇ ବର୍ଷରେ ରାଜଧାନୀ ଭୁବନେଶ୍ୱରରୁ ଠକମାନେ ବିଭିନ୍ନ ଆଳରେ ୨୧ କୋଟି ଲୁଟି ନେଇଛନ୍ତି ।

ତେବେ ଏହା ମଧ୍ୟରେ ସାଇବର ଠକମାନେ ରାଜ୍ୟର ଜଣେ ଜଣାଶୁଣା କଣ୍ଠଶିଳ୍ପୀଙ୍କୁ ଠକିବାକୁ ପଛାଇ ନାହାନ୍ତି । ବିଶିଷ୍ଟ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆଙ୍କ ସହ ଏପରି କିଛି ଘଟିଥିବା ନେଇ ସମ୍ବଲପୁର ସାଇବର ଥାନାରେ ଅଭିଯୋଗ ହୋଇଛି । ଏହି ମାମଲାରେ ଦେବଗଡ଼ ଜିଲ୍ଲାର ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣଙ୍କ ମଣ୍ଟୁଙ୍କ ନାମରେ ଫେକ୍ ଆକାଉଣ୍ଟ ଖୋଲି, ମଣ୍ଟୁଙ୍କ ଫଟୋ ଲଗାଇ ଅନଲାଇନରେ ପବ୍ ଜି ଖେଳୁଥିଲା ।

ଅଭିଯୁକ୍ତ ପବ୍ ଜି ଖେଳିବା ସହିତ ନିଜକୁ ମଣ୍ଟୁ ଛୁରିଆ ବୋଲି ପରିଚୟ ଦେଇ ଗୀତ ମଧ୍ୟ ଗାଉଥିଲା । ଫଳରେ ବିଭିନ୍ନ ସମୟରେ ମଣ୍ଟୁଙ୍କ ବିଭିନ୍ନ ପ୍ରୋଗ୍ରାମରେ ଲୋକମାନେ ଏହି କଥା କହୁଥିଲେ, ଯାହାକୁ ଶୁଣିବା ପରେ ମଣ୍ଟୁ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଥିଲେ । ଏପରିକି ଅଭିଯୁକ୍ତ ମଣ୍ଟୁଙ୍କ ନାଁରେ ବହୁ ଯୁବତୀଙ୍କ ସହ ଚାଟିଂ କରୁଥିବା ଜଣାପଡ଼ିଥିଲା । ଅଭିଯୁକ୍ତ ମଣ୍ଟୁଙ୍କ ବଡ଼ ଭାଇଙ୍କ ମୋବାଇଲ ନମ୍ବରକୁ ହ୍ୟାକ୍ କରି ମଧ୍ୟ ବ୍ୟବହାର କରୁଥିବା ନେଇ ମଣ୍ଟୁ ଅଭିଯୋଗ କରିଛନ୍ତି । ଆପଣମାନଙ୍କ ସହିତ ମଧ୍ୟ ଏପରି କିଛି ଘଟିପାରେ । ତେଣୁ ଏ ସାଇବର ଫ୍ରଡଙ୍କ ଦାଉରୁ ନିଜକୁ ସୁରକ୍ଷିତ ରଖିବା ନେଇ ସମସ୍ତେ ଆଲର୍ଟ ହେବା ଜରୁରୀ ।

Get real time updates directly on you device, subscribe now.