fbpx
BSKY SKY
BSKY SKY

ଧାରଣା ଆଉ ବିକ୍ଷୋପ କରିବା ପୂର୍ବରୁ ଜାଣି ନିଅନ୍ତୁ ବିଶ୍ୱବିଦ୍ୟାଳୟ ନୂଆ ନିୟମ, ଜରିମାନା ସହ ଦଣ୍ଡବିଧାନ ସ୍ଥିର

BSKY

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ର ନୂତନ ନିୟମ ଅନୁଯାୟୀ, କ୍ୟାମ୍ପସରେ ଧାରଣ କରିବା ଏବଂ ହିଂସା ପାଇଁ ଛାତ୍ରଛାତ୍ରୀଙ୍କୁ ୨୦,୦୦୦ ଟଙ୍କା ଜରିମାନା କରାଯାଇପାରେ, ସେମାନଙ୍କ ଆଡମିଶନ ବାତିଲ ହୋଇପାରେ କିମ୍ବା ୩୦,୦୦୦ ଟଙ୍କା ଜୋରିମାନା କରାଯାଇପାରେ। ଏଥି ପାଇଁ ଜେଏନୟୁ ଛାତ୍ରମାନଙ୍କ ପାଇଁ ୧୦ପୃଷ୍ଠାର ‘ଅନୁଶାସନ ନିୟମ ଏବଂଉପଯୁକ୍ତ ଆଚରଣ’ ଭଳି ବିଭିନ୍ନ କାର୍ଯ୍ୟ ପାଇଁ ଦଣ୍ଡବିଧାନ ସ୍ଥିର କରାଯାଇଛି । ଏହା ସହିତ ଶୃଙ୍ଖଳା ଉଲ୍ଲଂଘନ ପାଇଁ ବିରୋଧ ଏବଂ ଜାଲିଆତି ପାଇଁ ଦଣ୍ଡ ସ୍ଥିର କରାଯାଇଛି ।

ଡକ୍ୟୁମେଣ୍ଟ ଅନୁଯାୟୀ, ଏହି ନିୟମ ଫେବୃଆରୀ ୩ ରେ ଲାଗୁ ହେଇଛି । ବିଶ୍ୱବିଦ୍ୟାଳୟରେ ଏକ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀ ପ୍ରଦର୍ଶନକୁ ବିରୋଧ କରି ଏଗୁଡିକ କାର୍ଯ୍ୟକାରୀ କରାଯାଇଥିଲା। ନିୟମ ସହ ଜଡିତ ଡକ୍ୟୁମେଣ୍ଟରେ ଏହା କୁହାଯାଇଛି ଯେ ଏହାକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ କରିଛି। ଏହି ପରିଷଦ ହେଉଛି ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା।ତେଣୁ ଏହି ସଂସ୍ଥା ଯାହା ନିଷ୍ପତି ନେଇଛନ୍ତି ତାହା ପାଳନ କରିବାକୁ ସବୁ ଛାତ୍ରଛାତ୍ରୀ ବାଧ୍ୟ ।

ତେବେ କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟମାନେ ପିଟିଆଇକୁ କହିଛନ୍ତି ଯେ ଏହି ମାମଲା ଅତିରିକ୍ତ ଏଜେଣ୍ଡା ଭାବରେ ଉପସ୍ଥାପିତ ହୋଇଛି ଏବଂ ଡକ୍ୟୁମେଣ୍ଟ “କୋର୍ଟ ମାମଲା” ପାଇଁ ମଧ୍ୟ ପ୍ରସ୍ତୁତ ବୋଲି ଏଥିରେ ଉଲ୍ଲେଖ କରିଛନ୍ତି।ତେବେ ଏହି ନୂଆ ଆଦେଶ କୁ ଜେଏନୟୁରେ ଅଖିଲ ଭାରତ ବିଦ୍ୟା ପରିଷଦର ସଚିବ ବିକାଶ ପଟେଲ ‘ତୁଗଲାକି ଫରମାନ ‘ ବୋଲି କହିଛନ୍ତି।

ଜେଏନୟୁ କୁଳପତି ଶାନ୍ତିଶ୍ରୀ ଡି ପଣ୍ଡିତ କିନ୍ତୁ ଏହି ବିଷୟରେ କିଛି ମତ ରଖି ନାହାନ୍ତି। ଉଲ୍ଲେଖନୀୟ କଥା ହେଉଛି, ଜାନୁଆରୀ ମାସରେ ଗୁଜୁରାଟ ଦଙ୍ଗା ଉପରେ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ଜେଏନୟୁରେ ଅନେକ ଉତ୍ତେଜନା ଦେଖାଦେଇଥିଲା। ଡକ୍ୟୁମେଣ୍ଟାରୀ ସ୍କ୍ରିନିଂରୁ ଆସିଥିବା ବିବାଦରେ ଜେଏନୟୁ ଛାତ୍ର ସଂଗଠନ (ଏବିଭିପି ଏବଂ ବାମ) ମଧ୍ୟ ପରସ୍ପର ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ।

Get real time updates directly on you device, subscribe now.