fbpx

Assembly Election Result:ତ୍ରିପୁରା-ମେଘାଳୟ-ନାଗାଲାଣ୍ଡରେ କିଏ ଗଢ଼ିବ ସରକାର? ସମସ୍ତ ତିନୋଟି ରାଜ୍ୟରେ ଭୋଟ୍ ଗଣନା ଆରମ୍ଭ

ନୂଆଦିଲ୍ଲୀ:ଆଜି ଆସିବ ତିନି ବିଧାନ ସଭା ନିର୍ବାଚନର ଫଳ। କଡ଼ା ସୁରକ୍ଷା ମଧ୍ୟରେ ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡର ତିନୋଟି ଉତ୍ତର-ପୂର୍ବ ରାଜ୍ୟରେ ଭୋଟ୍ ଗଣତି ଆଜି ଆରମ୍ଭ ହୋଇଛି। ସମସ୍ତ ତିନୋଟି ରାଜ୍ୟରେ ୬୦ ଜଣ ସଦସ୍ୟ ସଭା ଅଛି । ମେଘାଳୟ, ତ୍ରିପୁରା ଆଉ ନାଗାଲାଣ୍ଡର ଫଳାଫଳ ଆଜି ପ୍ରକାଶ ପାଇବ । ତେବେ ଏହି ତିନୋଟି ବିଧାନସଭା ଆସନର ଫଳା ଫଳଉପରେ ଏବେ ସଭିଁଙ୍କ ନଜର ।

ଆମେ ଏକଜିଟ ପୋଲର ଆକଳନ ଉପରେ ଯଦି ନଜର ପକାଇବା ତେବେ ଦୁଇଟି ଆସନରେ ବିଜେପି ତାର ବିଜୟର ସ୍ୱାଦ ଚାଖିବ । କିନ୍ତୁ ମେଘାଳୟରେ ବିଜେପିର ଏହି ଆଶା ଭାଙ୍ଗିବାକୁ ଯାଉଛି। ତେବେ ଆଜି ସନ୍ଧ୍ୟା ସୁଦ୍ଧା ଭୋଟର ଫଳାଫଳ ସମସ୍ତଙ୍କୁ ଜଣା ପଡିଯିବ । ଏହା ସହିତ କେଉଁ ଦଳ କେତେ ଆସନ ହାତେଇବ ତାହା ମଧ୍ୟ ସ୍ପଷ୍ଟ ହୋଇଯିବ । ତେବେ ଏହି ଆସନ ହାତେଇବାର ପ୍ରଭାବ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ଉପରେ ଥିବା ବେଳେ କିଏ କେତେ ଆସନ ହାତେଇ ସଙ୍ଗଠନକୁ ମଜବୁତ କରୁଛି ତାହା ଦେଖିବା ବାକି ରହିଲା ।

ସୂଚନାମୁତାବକ ୧୬ ଫେବୃଆରୀରେ ତ୍ରିପୁରାରେ ୬୦ ଟି ଆସନ ପାଇଁ ନିର୍ବାଚନ ହୋଇଥିବାବେଳେ ୨୭ ଫେବୃଆରୀରେ ମେଘାଳୟ ଏବଂ ନାଗାଲାଣ୍ଡରେ ୫୯ ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

Get real time updates directly on you device, subscribe now.