fbpx

ସାଇବର୍ ଲୁଟର ଶିକାର ହୋଇଥିବା ଲୋକଙ୍କୁ ୨୪ ଘଣ୍ଟା ଭିତରେ ମିଳିବ କଟିଥିବା ଟଙ୍କା, ଏହା ହେଉଛି ପୂରା ଉପାୟ

ଓଡ଼ିଶା ଭାସ୍କର ବ୍ୟୁରୋ: ବର୍ତ୍ତମାନର ଏହି ଟେକ୍ନୋଲୋଜି ଯୁଗରେ ଅନଲାଇନ୍ ଠକେଇ ଅଭିଯୋଗ ଅନେକ ଆସୁଛି । ବିଶେଷ କରି ଏହି କରୋନା ସମୟରେ ସାଇବର୍ ଲୁଟ୍ ଅନେକ ବୃଦ୍ଧି ପାଇଛି । ଲୋକମାନେ ନିଜ ପରିଶ୍ରମରେ ରୋଜଗାର କରିଥିବା ଟଙ୍କାକୁ ସାଇବର୍ ଲୁଟେରା ମାନେ ଲୁଟି ନେଉଛନ୍ତି । ହେଲେ ଏବେ ଠାରୁ ଆପଣ ମାନଙ୍କୁ ଆଉ ଚିନ୍ତା କରିବା ଆବଶ୍ୟକତା ନାହିଁ । କାରଣ ଆଜି ଆମେ ଆପଣ ମାନଙ୍କୁ କହିବୁ କିପରି ସାଇବର୍ ଲୁଟର ଶିକାର ହେଲେ ୨୪ ଘଣ୍ଟା ମଧ୍ୟରେ ନିଜର ଯଙ୍କା ଫେରିପାଇବେ ।

ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ନ୍ୟାସନାଲ୍ ସାଇବର୍ କ୍ରାଇମ୍ ରିପୋର୍ଟିଂ ପୋର୍ଟାଲ୍ ତିଆରି କରାଯାଇଛି । ଏହା ହେଉଛି ଏକ ୱେବସାଇଟ୍ । ତାହା ହେଉଛି – https://cybercrime.gov.in/Default। ଏହି ୱେବସାଇଟ୍ ରେ ହେଲ୍ପ ଲାଇନ୍ ନମ୍ବର ରହିଛି । ୧୫୫୨୬୦ ନମ୍ବରଟିକୁ ସେଭ୍ କରି ନିଅନ୍ତୁ । ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ, ଛତିଶଗଡ, ଉତ୍ତରପ୍ରଦେଶ, ଆସାମ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଲୋକମାନେ ଏହି ନମ୍ବରକୁ ଯେକୌଣସି ସମୟରେ (ଦିନ କିମ୍ବା ରାତି) କଲ କରି ଅଭିଯୋଗ କରିପାରିବେ । ଅବଶିଷ୍ଟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ, ସେମାନଙ୍କ ବାସିନ୍ଦା ସକାଳ ୧୦ ରୁ ୬ ଟା ମଧ୍ୟରେ କଲ କରି ଅଭିଯୋଗ କରିପାରିବେ।

ଅଭିଯୋଗ କରିବା ସମୟରେ ସାଇବର୍ ଲୁଟ୍ ର ଶିକାର କିପରି ହେଲେ ସେ ବିଷୟରେ ସମସ୍ତ ବିବରଣୀ ଦେବାକୁ ପଡ଼ିବ । ଲୁଟ୍ ର ଠିକ୍ ସମୟ, ଆପଣଙ୍କ ନାମ, କେଉଁ ବ୍ୟାଙ୍କ୍ ବା ଇ-ୱାଲେଟ୍ (ଫୋନ୍-ପେ, ଗୁଗୁଲ୍ ପେ, ପେଟିଏମ୍ ଇତ୍ୟାଦି) କୁ ଯଙ୍କା ଟ୍ରାନ୍ସଫର୍ ହୋଇଛି । ଏସବୁ ର ପୂରା ବିବରଣୀ ଦେବାକୁ ହେବ । ଆପଣଙ୍କ ତଥ୍ୟକୁ ଆଧାର କରି ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିବ ।

୧୫୫୨୬୦ ନମ୍ବରଟି ହେଉଛି ସାଇବର୍ କଲ୍ ସେଣ୍ଟରରେ ପହଞ୍ଚି ଥାଏ । ଆପଣ କଲ୍ କରିବା ଦ୍ୱାରା ଏହା ରେକର୍ଡ ହୋଇଥାଏ । ଆପଣ ଦେଇଥିବା ସୁଚନା ଆଧାରରେ ଟଙ୍କା ଟ୍ରାନ୍ସଫର୍ ହୋଇଥିବା ଆକାଉଣ୍ଟକୁ ଫ୍ରିଜ୍ କରାଯାଇଥାଏ । ଅର୍ଥାତ୍ ଟଙ୍କା ଟ୍ରାନ୍ସଫର୍ ହୋଇଥିବା ଆକାଉଣ୍ଟର ମାଲିକ ଟଙ୍କା ଉଠାଇପାରିବ ନାହିଁ । ଯଦି ଦିଆଯାଇଥିବା ଅଭିଯୋଗ ସଠିକ୍, ତେବେ ତୁମର ଆକାଉଣ୍ଟରୁ ପ୍ରତ୍ୟାହାର ହୋଇଥିବା ସମସ୍ତ ଟଙ୍କା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ । ଟଙ୍କା ଉଠାଇବା ପ୍ରକ୍ରିୟା ସେହି ବ୍ୟାଙ୍କ ଦ୍ୱାରା କରାଯିବ ଯେଉଁଥିରେ ଆପଣଙ୍କ ଟଙ୍କା ଟ୍ରାନ୍ସଫର ହୋଇଛି ।

Get real time updates directly on you device, subscribe now.