ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାଲିଛି ସାଇବର ଲୁଟେରାଙ୍କର ଦୌରାତ୍ମ୍ୟ । ଆଜି ବାଲେଶ୍ଵର ଜିଲ୍ଲା ନୀଳଗିରି ବାଲିଗୋହିରୀ ଅଞ୍ଚଳର ଜୋସ୍ନା ପାତ୍ର ନାମକ ଜଣେ ମହିଳାଙ୍କ ଫିକ୍ ଡିପୋଜିଟ୍ ଏବଂ ସେଭିଙ୍ଗ ଆକାଉଣ୍ଟରୁ କଷ୍ଟ ଅର୍କିତ ୧୨ ଲକ୍ଷ ୪୫ ହଜାର ଟଙ୍କା ଚଳୁ କରିନେଇଛନ୍ତି ସାଇବର ଅପରଧୀ । ବାଲେଶ୍ୱର ସହରର ଇଣ୍ଡସ ଇଣ୍ଡ ବ୍ୟାଙ୍କରେ ତାଙ୍କର ୧୦ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍ ଏବଂ ଅଢେଇ ଲକ୍ଷ ଟଙ୍କାର ସେଭିଙ୍ଗ ଆକାଣ୍ଟ ଥୁଲା । ଗତ ୨୮ ତାରିଖରେ ଫିକ୍ସ ଡିପୋଜିଟ୍ ଆକଉଣ୍ଟରୁ ୧୦ ଲକ୍ଷ ଟଙ୍କା ଚାଲିଯିବା ପରେ ଆଜି ୨୯ ତାରିଖରେ କୋସ୍ମା ପାତ୍ର ଓ ତାଙ୍କ ସ୍ୱାମୀ ଉଭୟ ବ୍ୟାଙ୍କର ମ୍ୟାନେଜର ଙ୍କୁ ଭେଟି ସେଭିଙ୍ଗ ଆକାଉଣ୍ଟରେ ଥିବା ଅଢେଇ ଲକ୍ଷ ଟଙ୍କାକୁ ବ୍ଲକ କରିବାପାଇଁ ନିବେଦନ କରିଲେ ।
ସାଇବର ଥାନାରେ ଲିଖୁତ ଅଭିଯୋଗ କରିବାପାଇଁ ପରାମର୍ଶ ଦେଇ ଆକାଉଣ୍ଟକୁ ବ୍ଲକ କରିନଥିଲେ । ଫଳରେ ସେମାନଙ୍କ ଉପସ୍ଥିତିରେ ଆଉ ଦୁଇ ଲକ୍ଷ ୪୫ ହଜାର ଟଙ୍କା ଚଳୁ କରିନେବା ଅଭିଯୋଗ କରି ଲେ ଜୋସ୍ନା ଓ ତାଙ୍କ ସ୍ୱାମୀ । ଏନେଇ ବ୍ୟାଙ୍କ ମ୍ୟାନେଜରଙ୍କୁ ଆମେ ଯୋଗାଯୋଗ କରିଥିଲେ ମଧ୍ୟ ସେ ବ୍ୟାଙ୍କକୁ ଆସିନଥିଲେ କିମ୍ବା ପ୍ରତିକ୍ରୀୟ ଦେଇନଥିଲେ । ମହିଳାଙ୍କୁ ଆକାଉଣ୍ଟ କାରବାର କରି ଯୁବା କର୍ମଚାରୀ ଙ୍କୁ ପଚାରିବାରୁ ସେ ମଧ୍ୟ ସଠିକ୍ ଉତ୍ତରଦେଇପାରି ନଥିଲେ । ମହିଳା ଜଣଙ୍କ ହତାଶ ହୋଇ ବ୍ୟାଙ୍କ କର୍ମଚାରୀ ଙ୍କ ଅପାରଗତାକୁ ଦାୟୀ କରି ସାଇବର ଥାନାରେ ମାମଲା ରୁଜୁ କରିଛନ୍ତି ।