fbpx
BJD
BJD SKY
BJD SKY

ପ୍ରଥମ ଟେଷ୍ଟ: ୧୭୪ ରନରେ ଅଲଆଉଟ ହେଲା ଭାରତ, ଘରୋଇ ଦଳକୁ ୩୦୪ ଟାର୍ଗେଟ୍

ନୂଆଦିଲ୍ଳୀ: ସେଞ୍ଚୁରିଅନ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିବା ବେଳେ ଦଳ ମାତ୍ର ୧୭୪ ରନରେ ଅଲଆଉଟ ହୋଇଛି । ତୃତୀୟ ଦିନର ଅବିଭାଜିତ ସ୍କୋର ୧୨/୧ରୁ ଖେଳ ଆରମ୍ଭ କରିଥିବା ଭାରତ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ସମସ୍ତ ଭାରତୀୟ ଖେଳାଳିଙ୍କୁ ଆରମ୍ଭ ମିଳିଥିଲେ ହେଁ ବଡ ସ୍କୋର କରିବାରେ ଦଳ ବିଫଳ ହୋଇଥିଲା ।

ଭାରତ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୩୪ ରନ କରିଥିଲେ । ବଲ ପିଛା ରନ ସଂଗ୍ରହ କରିଥିବା ପନ୍ତ ୬ଟି ଚୌକା ମାରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେ ଏଲ୍ ରାହୁଲ ୨୩ ରନର ଉପଯୋଗୀ ପାଳି ଖେଳିଥିଲେ । ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ମଧ୍ୟ ଦ୍ରୁତ ୨୦ ରନ କରିଥିଲେ ରାହାଣେଙ୍କ ଇନିଂସରେ ୩ ଚୌକା ଓ ୧ ଛକା ସାମିଲ ଥିଲା । ଅନ୍ୟମାନଙ୍କ ମଧ୍ୟରେ ପୂଜାରା(୧୬), କୋହଲି(୧୮) ଓ ଅଶ୍ୱିନ(୧୪) ରନର ଉପଯୋଗୀ ପାଳି ଖେଳିଥିଲେ । ସାଉଥ୍ ଆଫ୍ରିକା ପକ୍ଷରୁ ରବାଡା ଓ ମାର୍କୋ ଜାନସେନ୍ ପ୍ରତ୍ୟୋକ ୪ଟି ଲେଖାଏଁ ୱିକେଟ ନେଇଥିଲେ । ଏନଗିଡି ବାକି ଦୁଇଟି ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.