fbpx
BJD
BJD SKY
BJD SKY

ନନ୍ଦନକାନନରେ ବାଘୁଣୀ ବିଜୟା ଓ ମେଘା ଗର୍ଭରୁ ଜନ୍ମିତ ୬ ଛୁଆଙ୍କ ନାମକରଣ

ଭୁବନେଶ୍ୱର: ପ୍ରତିଷ୍ଠା ଦିବସରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ବାଘ ଛୁଆଙ୍କ ନାମକରଣ ହୋଇଛି । ବାଘୁଣୀ ମେଘା ଏବଂ ବିଜୟାର ୬ ଛୁଆଙ୍କ ନାମକରଣ କରାଯାଇଛି । ଲୋକଙ୍କ ମତାମତ ଆଧାରରେ ଏହି ନାମକରଣ କରାଯାଇଛି ।

ବାଘୁଣୀ ମେଘା ଏବଂ ବାଘ ନନ୍ଦନର ୩ ଛୁଆରୁ ୨ ପୁରୁଷ ବାଘ ଥିବାବେଳେ ଗୋଟିଏ ମହିଳା ବାଘ ରହିଛି । ନାମକରଣ ପରେ ଅଭୟ ଓ ବିବେକ ହୋଇଥିବାବେଳେ ମାଇ ବାଘୁଣୀର ନାମ ସୋହିନୀ ରଖାଯାଇଛି ।

ସେହିପରି ଧଳା ବାଘୁଣୀ ବିଜୟା ସୈଫର ଔରସରୁ ଜନ୍ମିତ ୩ ପୁରୁଷ ବାଘ ଛୁଆଙ୍କ ନାମ ରଖାଯାଇଛି । ରକି, ବଂଶୀ ଓ ରାକେଶ । ଏହାକୁ ମିଶାଇ ନନ୍ଦନକାନନରେ ସମୁଦାୟ ୨୭ଟି ବାଘ ଅଛନ୍ତି ।

Get real time updates directly on you device, subscribe now.