fbpx
BSKY
BJD MC SKY
BJD MS SKY

ରାଜଧାନୀରେ ବଢୁଛି ମଦୁଆଙ୍କ ସଂଖ୍ୟା: ବର୍ଷକରେ ଫାଇନ ଦେଲେଣି ୪୭୧୪

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମଦ ଓ ମଦୁଆଙ୍କ ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱରରେ ଏହି ସଂଖ୍ୟା ଆଶାତୀତ ଭାବରେ ବଢିଚାଲିଛି । ବର୍ଷକ ତଳେ ୨୦୨୦ରେ ଫାଇନ ଦେଇଥିବା ମଦୁଆଙ୍କ ସଂଖ୍ୟା ୨୪୧୪ ରହିଥିବା ବେଳେ ଚଳିତ ବର୍ଷର ପ୍ରଥମ ୬ ମାସରେ ଏହା ୪୭୧୪କୁ ବୃଦ୍ଧି ପାଇଛି । ଜାନୁୟାରୀରୁ ଜୁନ୍ ମାସ ମଧ୍ୟରେ କମିଶନରେଟ୍ ପୋଲିସ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ କରାଯାଇଛି ।

ମଦୁଆ ମାନେ ରାଜଧାନୀର ବିଭିନ୍ନ ପାର୍କ, ରାସ୍ତା କଡ ହୋଟେଲ, ଫ୍ଲାଏଓଭର ଏବଂ ମଦ ଦୋକାନ ସମ୍ମୁଖରେ ପୋଲିସ ହାତରେ ଧରାପଡି ଫାଇନ ଦେଇଛନ୍ତି । ୨୦୦ ରୁ ୫୦୦ ଟଙ୍କା ମଧ୍ୟରେ ଫାଇନ ଆଦାୟ କରାଯାଇଛି । ଏହା ସହିତ ସମୁଦାୟ ୧୯.୨୭ ଲକ୍ଷ ଟଙ୍କାର ଫାଇନ ଆଦାୟ ହୋଇଥିବା ଜଣାପଡିଛି । ଜାନୁୟାରୀ ମାସରେ ୬୯୭ ଜଣ ମଦୁଆ ଧରାପଡିଥିବା ବେଳେ ଫେବୃୟାରୀରେ ୪୨୦, ମାର୍ଚ୍ଚରେ ୭୬୦, ଏପ୍ରିଲରେ ୫୩୫, ମେ ରେ ୧୦୦୪ ଏବଂ ଜୁନରେ ୧୨୯୮ ଜଣଙ୍କ ନିକଟରୁ ଫାଇନ ଆଦାୟ କରାଯାଇଛି । ୨୦୨୦ରେ ୨୪୧୪ ମଦୁଆଙ୍କ ଠାରୁ ପୋଲିସ ୧୨.୨୫ ଲକ୍ଷ ଟଙ୍କାର ଫାଇନ ଆଦାୟ କରିଥିଲା । କୋଭିଡ କାରଣରୁ ୨୦୨୦ରେ ଫାଇନ ଆଦାୟ କମ ରହିଥିବା ନେଇ ଜଣେ ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି । ଏହା ସହିତ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ନ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି ।

Get real time updates directly on you device, subscribe now.