fbpx
BJD
BJD SKY
BJD SKY

ଉଦଳାରେ ଆରମ୍ଭ ହେଲା ସାଇବର ସୁରକ୍ଷା ସଚେତନତା ଅଭିଯାନ

ଉଦଳା: ସମଗ୍ର ରାଜ୍ୟରେ ଆରମ୍ଭ ହୋଇଥିବା ସାଇବର ସୁରକ୍ଷା ସଚେତନତା ଅଭିଯାନ ଆଜି ତା ୦୮.୧୦.୨୦୨୩ ରିଖ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ସଦରମହକୁମା ଉଦଳା ଠାରେ ପାଳନ କର ଯାଇଛି। ଏହି ସଚେତନତା ଅଭିଯାନ ଆଜି ଉଦଳା ଥାନା ପରିସର ଠାରୁ ଏକ ସାଇକେଲ ରାଲି ଦ୍ବାରା ଆରମ୍ଭ ହୋଇଥଲା ଯେଉଁଥିରେ ଉଦଳା ଅଞ୍ଚଳର ଲୋକପ୍ରତିନିଧି, ଜନସାଧାରଣ, ବୁଦ୍ଧିଜୀବୀ, ସାମ୍ବାଦିକ ବର୍ଗ ସମେତ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ଏହି ସାଇବର ସଚେତନତା ଅଭିଯାନକୁ ଆଜି ସକାଳ ୮ଟା ରେ ଉଦଳା ଥାନା ପରିସର ରୁ ମାନ୍ୟବର ବିଧାୟକ ଉଦଳା, ଭାସ୍କର ଚନ୍ଦ୍ର ମଢେଇ, ପୂର୍ବତନ ବିଧାୟକ ଶ୍ରୀ ଶ୍ରୀନାଥ ସୋରେନ, ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳିକା ପ୍ରମିଳା ପଣ୍ଡା, ଉପ ନଗରପାଳିକା ଲିଲି ଭୋଳ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ସାର୍ଥକ ରାୟ (ଓ.ପୋ.ସେ.) ଏବଂ ଉଦଳା ଥାନା ଅଧିକାରୀ ବନମାଳୀ ବାରିକ ଉଦ୍ଘାଟନ କରିବା ସହିତ ସାଇବର ସଚେତନତା ଯାନ ଓ ସାଇକେଲ ରାଲୀର ଆରମ୍ଭ କରିଥିଲେ।

ଏହି ସାଇକେଲ ରାଲୀ ଉଦଳା ଥାନା ଛକ ଠାରୁ ଆରମ୍ଭ ହୋଇ ଉଦଳା ମହାବିଦ୍ୟାଳୟ ଏବଂ ଉଦଳା ବିଜ୍ଞାପିତ ଅଞ୍ଚଳର ବିଭିନ୍ନ ଜାଗାରେ ଭ୍ରମଣ କରି ସାଇବର ସୁରକ୍ଷା ବାର୍ତ୍ତା ପ୍ରେରଣ କରିଥିଲେ। ଛାତ୍ର ଛାତ୍ରୀ ମାନେ ପ୍ଲାକାର୍ଡ ଧରି ସାଇବର ସଚେତନତା ସ୍ଲୋଗାନ ମାନ ଦେଇ ରାଲୀ ରେ ଅଞ୍ଚଳ ପରିଭ୍ରମଣ କରିଥିଲେ। ଏହି ରାଲି ରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାୟଙ୍କ ସମେତ ସମସ୍ତ ପୋଲିସ ବିଭାଗର କର୍ମଚାରୀ ମାନେ ଏବଂ ଉଦଳା ଥାନା ଅଧିକାରୀ ବାରିକ ସାଇକେଲ ଚଳାଇ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ। ଘୋଷକ ଭାବେ ଏହି ସଚେତନତା ଅଭିଯାନକୁ ସୁନ୍ଦର ଭାବେ ଉଦଳାର ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବାଛିନି ପ୍ରଚାର କରିଥିବା ବେଳେ ଏହି କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ସାମ୍ବାଦିକ ହିମାଦ୍ରି ଶେଖର ପାଲ୍ ସମସ୍ତ ପ୍ରଶାସନିକ, ପୋଲିସ, ଲୋକପ୍ରତିନିଧି ତଥା ଆମନ୍ତ୍ରିତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଥାଉକି, ଏହି ଅଭିଯାନର ଅନ୍ୟତମ ସତ୍ର ଉଦଳା ଥାନା ପରିସରରେ ଉପଖଣ୍ଡ ସ୍ତରୀୟ ସଭା ତା ୧୧.୧୦.୨୦୨୩ ରିଖ ଅପରାହ୍ନରେ ଅନୁଷ୍ଠିତ ହେବ ଏବଂ ଆଜି ଠାରୁ ବିଭିନ୍ନ ପଞ୍ଚାୟତରେ ଏହି ସଚେତନତା ବାର୍ତ୍ତା ପ୍ରେରଣ କରାଯିବ।

Get real time updates directly on you device, subscribe now.