fbpx

UG-PGରେ Cyber Security ପାଠ୍ୟକ୍ରମ ବାଧ୍ୟତାମୂଳକ ହେବ: ନୂଆ ନିୟମ ଲାଗୁ କରିବାକୁ ଯାଉଛି UGC

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ୟୁଜିସି ଅଣ୍ଡର ଗ୍ରାଜୁଏଟ (ୟୁଜି) ଓ ପୋଷ୍ଟ ଗ୍ରାଜୁଏଟ (ପିଜି) ସ୍ତରରେ ସାଇବର ସିକ୍ୟୁରିଟି ପାଠ୍ୟକ୍ରମ ବାଧ୍ୟତାମୂଳକ କରିବାକୁ ଯାଉଛି । ୟୁଜିସି କମିଟି ଏନେଇ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛି । ସେଥିରେ ୟୁଜି, ପିଜିର ଛାତ୍ରଙ୍କୁ ପୂରା କୋର୍ସ ପାଇଁ ୭୫ ଘଣ୍ଟା ପଢ଼ାଯିବ । ଥିଓରୋ ୪୫ ଘଣ୍ଟାର ହେବ ଓ ପ୍ରାକ୍ଟିକାଲ ୩୦ ଘଣ୍ଟାର ହେବ ।

ଅକ୍ଟୋବର ୬ ତାରିଖରେ ସାଇବର ସଚେତନତା ଦିବସ ଅବସରରେ ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ. ଜଗଦୀଶ କୁମାର ଏନେଇ ଘୋଷଣା କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ସାଇବର ସିକ୍ୟୁରିଟି କୋର୍ସ ମାଧ୍ୟମରେ ପାସୱାର୍ଡ କିପରି ସୁରକ୍ଷିତ ରଖିବେ, ଫୋନ ଆପିଲିକେସନକୁ କିପରି ମ୍ୟାନେଜ କରିବେ, ଡିଜିଟାଲ ପେମେଣ୍ଟସ ସିକ୍ୟୁରିଟି ଓ ଠକାମିରୁ କିପରି ବର୍ତ୍ତିବେ, ସାଇବର ଆଟାକ କ’ଣ ଓ ସେଥିରୁ କିପରି ବର୍ତ୍ତିବେ, ଇ-କମର୍ସ ଓ ଡିଜିଟାଲ ପଇଠ, ସୋସିଆଲ ମିଡ଼ିଆ ସିକ୍ୟୁରିଟି, ସାଇବର ନିୟମ ନିଜର ୱାଇଫାଇକୁ ଅନ୍ୟଠାରୁ କିପରି ସୁରକ୍ଷିତ ରଖିବେ ସେନେଇ ଶିକ୍ଷା ଦିଆଯିବ ।

ଏହି ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା ଓ ବିପଦ ଉପରେ ଶିକ୍ଷା ଦିଆଯିବ । ପିଲାଙ୍କୁ ଟେକ୍ନିକାଲ ନଲେଜ ଓ ସୁରକ୍ଷା ପାଇଁ ଜରୁରୀ ସ୍କିଲ ପ୍ରଦାନ କରାଯିବ । ସାଇବର ବିପଦର ରକ୍ଷା କରାଯିବ । ଇନଫର୍ମେସନ ଟେକ୍ନୋଲୋଜିର ଠକାମିରୁ ବର୍ତ୍ତିବା ପାଇଁ ପିଲାଙ୍କ ମଧ୍ୟରେ ଦକ୍ଷତାର ବିକାଶ କରାଯିବ । ଫଳରେ ସେମାନେ ପ୍ଲାନିଂ କରି ଲାଗୁ କରିବା ସହ ମନିଟରିଂ କରିପାରିବେ । ସାଇବର ସୁରକ୍ଷା ଅଧିକାର, ନିୟାମକ, ଆଇନ, ଆର୍ଥିକ, ପରିବେଶ, ସାମାଜିକ ଓ ନୈତିକ ସନ୍ଧର୍ଭ ବିଷୟରେ ଜ୍ଞାନ ପ୍ରଦାନ କରାଯିବ ।

Get real time updates directly on you device, subscribe now.